fbpx

ମତଦାନ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଘର ପାଖେ ମିଳିଲା ବୋମା, ପଥରମାଡ଼ରେ ବିଜେପି ନେତା ଆହତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି । ସକାଳ ୭ଟାରୁ ଭୋଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜିଠାରୁ ଗଣତନ୍ତ୍ରର ମହାଉତ୍ସବ ଆରମ୍ଭ ହୋଇଛି । ଅଭିନେତା ରଜନୀକାନ୍ତ ତାମିଲନାଡ଼ୁର ଚେନ୍ନାଇରେ ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଜାରି ରହିଥିବା ଭୋଟିଙ୍ଗ ମଧ୍ୟରେ ପଶ୍ଚିମ ବଙ୍ଗର କୁଚ ବିହାରର ଚନ୍ଦାମାରୀର ମତଦାନ କେନ୍ଦ୍ର ସାମ୍ନାରେ ପଥରମାଡ଼ କରାଯାଇଛି । ଏ ନେଇ ବିଜେପି ଅଭିଯୋଗ ଆଣିଛି ଯେ, ଚନ୍ଦାମାରୀରେ ଭୋଟରକୁ ରୋକିବା ଲାଗି ଟିଏମସି କାର୍ଯ୍ୟକର୍ତ୍ତାମାନେ ପଥରମାଡ଼ କରିଛନ୍ତି । ଏଥିରେ ବିଜେପିର ପୋଲିଙ୍ଗ ଏଜେଣ୍ଟ ଆହତ ହୋଇଛନ୍ତି । ଏଥିସହ ପଶ୍ଚିମ ବଙ୍ଗରେ କେନ୍ଦ୍ରୀୟ ମନ୍ତ୍ରୀ ନିଶିୟ ପ୍ରାମାଣିକଙ୍କ ଘର ନିକଟରୁ ବୋମା ମିଳିଛି । ପୋଲିସ ଏହି ବୋମାକୁ ଘଟଣାସ୍ଥଳରୁ ହଟାଇଦେଇଛି ।

Get real time updates directly on you device, subscribe now.