fbpx

ଆସନ୍ତାକାଲିଠାରୁ ମାର୍ଗିହେବେ ବୁଧ ଗ୍ରହ: ୪ ରାଶିଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋାତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଭଲ ଓ ଖରାପ ପ୍ରଭାବ ପକାଇଥାଏ । ତେବେ ଗ୍ରହମାନଙ୍କ ରାଜକୁମାର ବୁଧ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨ ତାରିଖ ଠାରୁ ମାର୍ଗି ଅର୍ଥାତ୍ ସିଧା ଚଳନ କରିବାକୁ ଯାଉଛନ୍ତି । ଯାହାଫଳରେ ଏହା ମୋଟ ୧୨ ରାଶି ଉପରେ ତାର ପ୍ରଭାବ ପକାଇବ କିନ୍ତୁ ବିଶେଷ କରି ୪ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ପଡିବ । ଯାହାଫଳରେ ଏମାନଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ…

ବିଚ୍ଛା: ଜ୍ୟୋାତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହର ମାର୍ଗି ବିଚ୍ଛା ରାଶି ଉପରେ ଇନେକ ଶୁଭ ଫଳ ପ୍ରଦାନ କରିବ । ଯ।।ହଫଳରେ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନରେ ଅନେକ ସଫଳତା ପାଇବା ସହ ଜୀବନସାଥିଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ । ଏଥିସହିତ ବ୍ୟବସାୟ ବଢିବାର ବିଭିନ୍ନ ଉପାୟ ମିଳିବ ।

ଧନୁ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଧ ଗ୍ରହଙ୍କ ସିଧା ଚଳନ ଚାକିରି, ବ୍ୟବସାୟ ଏବଂ କ୍ୟାରିୟରରେ ଅନେକ ସଫଳତା ପ୍ରଦାନ କରିବ । ଏଥିସହିତ ବିଭିନ୍ନ ଉପାୟରେ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ତେବେ ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରିରେ ପ୍ରମୋଶନ ହେବା ସହିତ ନୂତନ ଦାଇତ୍ୱ ମଧ୍ୟ ମିଳିପାରେ ।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ହେଉଛନ୍ତି୧୦ ମ ଭାବ ଅନୁସାରେ କ୍ୟାନା ରାଶିର ସ୍ୱାମୀ ଗ୍ରହ । ଯାହାଫଳରେ ବୁଧଙ୍କ ସିଧା ଚଳନ ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟାରିୟରେ ଉପରେ ଅନେକ ଶୁଭ ଫଳ ପ୍ରଦାନ କରିଥାଏ । ନୂତନ ସ୍ଥାନରେ ଚାକିରିର ଯୋଗ ରହିବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବାର ଯୋଗ ରହିଛି ।

ସିହଂ: ସିହଂ ରାଶିର ବ୍ୟକ୍ତିମନଙ୍କ ପାଇଁ ବୁଧଙ୍କ ଏପରି ଚଳନ ଅନେକ ପ୍ରକାର ଷୁଭ ସମାଚାର ପ୍ରଦାନ କରିବାର ଯୋଗ ରହିଛି । ଯେଉଁ ବ୍ୟକ୍ତିମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି ସେମାନଙ୍କୁ ସଫଳତା ମିଳିବାର ଯୋଗ ରହିଛି । ଏତତ୍ ବ୍ୟତୀତ ବିଭିନ୍ନ ଉପାୟରେ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

Get real time updates directly on you device, subscribe now.