ଭୁବନେଶ୍ବର: ଆସନ୍ତା 1 ସପ୍ତାହ ମଧ୍ୟରେ ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲୁ-ଏମ୍ ଚାକିରି ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଖୁବଶୀଘ୍ର ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ତେବେ ଏନେଇ ପ୍ରତିଶୃତି ଦେଇଛନ୍ତି ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଲଳିତ ଦାସ ।
2024 ମସିହା ଅଗଷ୍ଟ 3 ତାରିଖରେ ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲୁ-ଏମ୍ ପଦବି ପାଇଁ ଲିଖିତ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 2023 ମସିହାରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ତେବେ ପରୀକ୍ଷା ତାରିଖ ଅନୁସାରେ, ଛାତ୍ରଛାତ୍ରୀ ପରୀକ୍ଷା ମଧ୍ୟ ପାଇଥିଲା । କିନ୍ତୁ କେଉଁମାନେ ଯୋଗ୍ୟ ବିବେଚିତ ହୋଇଥିଲେ ସେନେଇ ତାଲିକା ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇନାହିଁ ।
ପରୀକ୍ଷାକୁ 8 ମାସ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ତେବେ ଗୁରୁବାର ଛାତ୍ରଛାତ୍ରୀମାନେ ଏନେଇ ଆନ୍ଦୋଳନ କରିଥିଲେ ।
ଓଏସଏସସି ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ । ଏହାପରେ ଓଏସଏସସି ଅଧ୍ୟକ୍ଷ ଡକାଇ ଆଲୋଚନା କରିଥିଲେ । ତେବେ ତାଲିକା ଚୂଡାନ୍ତ ପ୍ରକାଶ ପାଇଥିବା ବେଳେ ଖୁବଶୀଘ୍ର ମେଧା ତାଲିକା ପ୍ରକାଶ ପାଇବ ବୋଲି କୁହାଯାଇଛି ।