ନୂଆଦିଲ୍ଲୀ: ଆମେରିକାର ୨୪୮ ତମ ସ୍ୱାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ଆମେରିକାର ପତାକା ହାତରେ ଧରି ବିୟର ପିଇ ସର୍ଫିଙ୍ଗ କରି ସେଲିବ୍ରେସନ କରୁଛନ୍ତି । ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାଙ୍କର ରକିଙ୍ଗ ଅବତାର ଦେଖି ଅନେକ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହାରି ମଧ୍ୟରେ ଏକ୍ସର ମାଲିକ ଏଲନ ମସ୍କଙ୍କ ରିଆକ୍ସନ ଦେଖିବାକୁ ମିଳିଛି । ଜୁକରବର୍ଗ ଏହି ଭିଡିଓକୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି, ଯାହାପରେ ଏଲନ ମସ୍କ ଏକ୍ସରେ ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସ୍ପେସଏକ୍ସ ଏବଂ ଟେସଲାର ସିଇଓ ଏକ୍ସରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ, ମାର୍କ ଜୁକରବର୍ଗ ସର୍ଫିଙ୍ଗ କରି ନିଜର ମୌଜ-ମସ୍ତି ଜାରି ରଖିପାରିବେ କିନ୍ତୁ ମୁଁ କାମ କରିବା ପସନ୍ଦ କରେ ।
View this post on Instagram