fbpx

Meta Layoff: ପୁଣି ବଡ଼ ଛଟେଇ କରିବ ଫେସବୁକ୍, ଆସନ୍ତା ସପ୍ତାହରେ ଚାକିରି ହରାଇବେ ୬୦୦୦ କର୍ମଚାରୀ

Advertisement

ନୂଆଦିଲ୍ଲୀ: ଫେସବୁକ୍‌ରେ ଛଟେଇ ଥମିବାର ନାଁ ନେଉନାହିଁ। ଏବେ ପୁଣି ୬ ହଜାର କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। ଅର୍ଥାତ୍ ମେଟା ପୁଣିଥରେ ବଡ଼ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀର ବୈଶ୍ୱିକ ବ୍ୟାପାର ଅଧ୍ୟକ୍ଷ ନିକ କ୍ଲେଗ କର୍ମଚାରୀଙ୍କ ଏକ ବୈଠକରେ ଏହି ସୂଚନା ଦେଇଛନ୍ତି। ମେଟା ସିଇଓ ମାର୍କ ଜୁକରବର୍ଗ ନିକଟରେ ଘୋଷଣା କରିଥିଲେ କି ଛଟେଇର ଆଗାମୀ ପର୍ଯ୍ୟାୟ ମେ ୨୦୨୩ରେ ଆରମ୍ଭ ହେବ। ବର୍ତ୍ତମାନ ଅଫିସିଆଲ ଘୋଷଣା ପୁର୍ବରୁ ଏହି ସୂଚନା ଲିକ୍ ହୋଇଛି ।

ତେବେ ବର୍ତ୍ତମାନ କାହିଁକି କମ୍ପାନୀ ଏତେ ସଂଖ୍ୟକ ଲୋକଙ୍କୁ ଛଟେଇ କରୁଛି ଏବଂ ପୁର୍ବରୁ ହୋଇଥିବା ଛଟେଇରେ କେତେଜଣ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିଲା ଆସନ୍ତୁ ଜାଣିବା । ଗତ ୨ ବର୍ଷରେ ମେଟା ଦ୍ୱାରା କରାଯାଇଥିବା ଛଟେଇର ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଦେଖନ୍ତୁ ।

ଏହାପୂର୍ବରୁ ଏପ୍ରିଲରେ ଜୁକରବର୍ଗ ମେଟା କମ୍ପାନୀର କାର୍ଯ୍ୟଦକ୍ଷତାକୁ ସୁଧାରିବା ପାଇଁ ଦଳରେ କିଛି ପରିବର୍ତ୍ତନ ଆଣିବା ପାଇଁ ଅନେକ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଇଶାରା ଦେଇଥିଲେ। ଏବଂ ମାର୍ଚ୍ଚରେ କମ୍ପାନୀର ଖର୍ଚ୍ଚ ହ୍ରାସ କରିବାକୁ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ୬,୦୦୦ କର୍ମଚାରୀ ଚାକିରି ହରାଇବେ।

ଖବର ଅନୁଯାୟୀ ଆସନ୍ତା ସପ୍ତାହରେ ମେଟାରୁ ପ୍ରାୟ ୬,୦୦୦ କର୍ମଚାରୀଙ୍କୁ ବରଖାସ୍ତ କରାଯିବ । ନଭେମ୍ବରରେ କମ୍ପାନୀ ୧୧,୦୦୦ କର୍ମଚାରୀଙ୍କୁ ବରଖାସ୍ତ କରିଥିଲ, ଯାହା କମ୍ପାନୀର ମୋଟ କର୍ମଚାରୀଙ୍କ ୧୩ ପ୍ରତିଶତ ଅଟୋ ଏବଂ ମାର୍ଚ୍ଚ ୨୦୨୩ ରେ ୧୦,୦୦୦ ଚାକିରି ହ୍ରାସ କରିବାକୁ ଘୋଷଣା କରିଥିଲା । ପୁର୍ବରୁ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ୪,୦୦୦ କର୍ମଚାରୀଙ୍କୁ ଛୁଟିରେ ପଠାଇଛି, ଅର୍ଥାତ୍ ଏହି ତାଲିକାରେ ଆଉ ୬,୦୦୦ ଲୋକ ରହିଛନ୍ତି ଯେଉଁମାନଙ୍କୁ ମେ’ରେ ବିଦାୟ ନେବାକୁ କୁହାଯିବ।

 

Get real time updates directly on you device, subscribe now.