fbpx

ମେଟା ଲଞ୍ଚ କଲା ପାୱରଫୁଲ ଓପନ ସୋର୍ସ AI ‘Llama 3.1’: ବଡ଼ ଘୋଷଣା କଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ବିଶ୍ୱର ପ୍ରତିଷ୍ଠିତ ଟେକ୍ କମ୍ପାନୀମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ନିକଟରେ ଚାଟଜିପିଟିର ପ୍ରସ୍ତୁତକର୍ତ୍ତା କମ୍ପାନୀ ‘ସର୍ଚ୍ଚଜିପିଟି’ ଲଞ୍ଚ କରିଥିଲା । ସେହିପରି ଏଲନ ମସ୍କ ନିକଟରେ ଏଆଇ ଭେଞ୍ଚର ଏକ୍ସଏଆଇ ଲଞ୍ଚ କରି ତା’ର ନାମ ‘ଗ୍ରୋକ’ ରଖିଥିଲେ । ତାହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଏଆଇ କ୍ଲଷ୍ଟର ବୋଲି ଏଲନ ଘୋଷଣା କରିଥିଲେ । ତେବେ ମେଟା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଏଆଇକୁ ନେଇ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିଛନ୍ତି ।

ବର୍ତ୍ତମାନର ସବୁଠାରୁ ପାୱାରଫୁଲ ଓପନ ସୋର୍ସ ଏଆଇ ‘ଲାମା ୩.୧’ ଲଞ୍ଚ କରିଛି ମେଟା । ଜୁକରବର୍ଗ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ହୋଇଥିବା ବେଳେ ସେ ଏନେଇ ବଡ଼ ଘୋଷଣା କରିଛନ୍ତି । ଲାମା ୩.୧ ଅଧିକ ଭାଷାକୁ ସପୋର୍ଟ କରିବ । ଅଧିକ ମୁସ୍କିଲ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରିବ । ମୋଟାମୋଟି ଭାବେ ପୁରୁଣା ମଡେଲ ତୁଳନାରେ ଏହା ଏକ ବଢ଼ିଆ ଅପ୍ସନ ବୋଲି ଜୁକରବର୍ଗ କହିଛନ୍ତି ।

ମେଟା ଲଞ୍ଚ କରିଥିବା ଲାଟେଷ୍ଟ ଏଆଇ ମଡେଲ ଲାମା ୩.୧ର ସବୁଠାରୁ ବଡ଼ ଖାସିୟତ ହେଉଛି ଯେ, ଏହି ନୂଆ ମଡେଲ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଆଡଭାନ୍ସ ଓପନ ସୋର୍ସ ମଡେଲ ଅଟେ । ଆଜି ପର୍ଯ୍ୟନ୍ତ ମେଟା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ମେଡଲ ଠାରୁ ଏହା ଅଧିକ ଶକ୍ତିଶାଳୀ । ଗୁଗଲ, ଆମାଜନ ପରି କମ୍ପାନୀମାନେ ଏଆଇକୁ ନେଇ ନିଜର କାମ ଆରମ୍ଭ କରିଦେଇଥିବା ବେଳେ ମେଟା ମଧ୍ୟ ଏହି ରେସରେ ନିଜକୁ ସାମିଲ କରିଦେଇଛି । ଲାମା ୩ ଅପେକ୍ଷା ଲାମା ୩.୧ ୟୁଜର୍ସଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ ବୋଲି ଜୁକରବର୍ଗ କହିଛନ୍ତି । ନୂଆ ମଡେଲରେ ଏକ ଫିଚର ସାମିଲ କରାଯାଇଥିବା ବେଳେ ତା’ର ସହାୟତାରେ ୟୁଜର୍ସ ଇମେଜ ଜେନେରାଟ କରିପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.