fbpx

ଡ଼ୋନାଲ୍ଟ ଟ୍ରମ୍ପଙ୍କ ଫେସବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର କଲା ମେଟା

ନୂଆଦିଲ୍ଲୀ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ଫେସବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର କରାଯାଇଛି। ଏ ନେଇ ମେଟା ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାନ ହେବାର ଦୁଇ ବର୍ଷ ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣିଥରେ ରିଷ୍ଟୋର କରାଯାଇଛି।

ସୂଚନା ଅନୁସାରେ ୬ ଜାନୁଆରୀ ୨୦୨୧ ମସିହାରେ ଆମେରିକାର ସଂସଦ ହିଂସା ପରେ ମେଟା ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଥିଲା ଏବଂ ୨ ବର୍ଷ ପରେ ଏହାକୁ ରିଷ୍ଟୋର କରାଯାଇଛି । ମେଟା ହେଉଛି ଫେସବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ର ମୂଳ କମ୍ପାନୀ। ଏହା ପୂର୍ବରୁ ୧୯ ନଭେମ୍ବର ୨୦୨୨ ରେ ତାଙ୍କ ଟ୍ୱିଟରଙ୍କୁ ମଧ୍ୟ ରିଷ୍ଟୋର କରାଯାଇଥିଲା । କମ୍ପାନୀର କିଛି ନିୟମ ଉଲଂଘନ ପରେ ଟ୍ରମ୍ପଙ୍କ ଆକାଉଣ୍ଟଙ୍କ ବ୍ୟାନ କରିଦେଇଥିଲା।

ଟ୍ୱିଟର ଅଧିଗ୍ରହଣ ପରେ ଏଲନ୍ ମସ୍କ କହିଥିଲେ ଯେ ତାଙ୍କର ପ୍ରଥମ କାମ ହେଉଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ଆକାୁଣ୍ଟଙ୍କୁ ରିଷ୍ଟୋର କରିବା। ମାତ୍ର କିଛି ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଟ୍ୱିଟର ତାଙ୍କ ଆକାଉଣ୍ଟଙ୍କୁ ଫେରିଲେ ମଧ୍ୟ ସେ ଆଉ ବ୍ୟବହାର କରିବେ ନାହିଁ।

Get real time updates directly on you device, subscribe now.