fbpx

ରେକର୍ଡ଼ ସୃଷ୍ଟି କଲା ଫିଲ୍ମ ‘ପଠାନ୍’: ପ୍ରଥମ ଦିନରେ ସର୍ବାଧିକ ରୋଜଗାର

ମୁମ୍ବାଇ: ବହୁ ପ୍ରତିକ୍ଷୀତ ବଲିଉଡ଼ ସିନେମା ‘ପଠାନ୍’ ବୁଧବାର ଦିନ ରିଲିଜ ହୋଇଛି। ସିନେମାକୁ ଦେଖିବା ପରେ ଦର୍ଶକ ବହୁତ ଭଲପାଇବା ଦେଇଛନ୍ତି। ପ୍ରଥମ ଦିନରେ ୧୦୦କୋଟି ଟଙ୍କାର କ୍ଲବରେ ଯୋଗ ଦେବା ସହ ଭାରତରେ ୫୪ କୋଟି ଟଙ୍କା କଲେକସନ୍ କରିଛି ଆକ୍ସନ ଫିଲ୍ମ ପଠାନ୍। ୪ ବର୍ଷ ପରେ ନଜର ଆସିଛନ୍ତି ଶାହାରୁଖ୍। ଏହା କେଜିଏଫ୍-୨ର ରେକର୍ଡ଼ ଭାଙ୍ଗିଛି ବୋଲି କୁହାଯାଉଛି।

ଏହି ଫିଲ୍ମରେ ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବଂ ଦୀପିକା ପାଦୁକନଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ‘ପଠାନ’ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ କମାଲ ପ୍ରଦର୍ଶନ କରିଛି। ଆଗକୁ ମଧ୍ୟ ଭଲ ରୋଜଗାର ହେବ ବୋଲି କୁହାଯାଉଛି। ଏହି ସିନେମା ରିଲିଜ ହେବାର ଗୋଟିଏ ଦିନରେ ୧୦ ଟି ରେକର୍ଡ଼ ସୃଷ୍ଟି କରିଛି।

ବଲିଉଡ଼ରେ “ପଠାନ’ଫିଲ୍ମଟି କ୍ରେଜ ସୃଷ୍ଟି କରିଛି । ଏହି ଫିଲ୍ମଟି କୈାଣସି ଛୁଟି ଦିନରେ ରିଲିଜ ହୋଇନି। ଏହାସତ୍ବେ ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ଫିଲ୍ମଟି ଭଳ ରୋଜଗାର କରିଛି ବୋଲି କୁହାଯାଉଛି। ଏହା ପ୍ରଥମ ଦିନରେ ୫୫ କୋଟିରୁ ଅଧିକ ରୋଜଗାର କରିବାରେ ସଫଳ ହୋଇଛି। ରୋଜଗାର କ୍ଷେତ୍ରରେ ଏହି ସିନେମା କେବଳ ବଲିଉଡ଼ ନୁହେଁ ଭାରତୀୟ ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି।

Get real time updates directly on you device, subscribe now.