fbpx

Mark Zuckerberg ଙ୍କ କମ୍ପାନୀକୁ ଦେବାକୁ ପଡିବ ୧.୪ ବିଲିୟନ ଡଲାର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଟେକ କମ୍ପାନୀ ମେଟା ଉପରେ ଚାଲୁଥିବା ବାୟୋମେଟ୍ରିକ ପଇଭେସି ନିୟମ ଉଲ୍ଲଘଂନ ସହ ଜଡିତ ମାମଲାର ବଡ଼ ଅପଡେଟ ସାମ୍ନାକୁ ଆସିଛି । କମ୍ପାନୀ ୧.୪ ବିଲିୟନ ଡଲାରର ଚୁକ୍ତିନାମାରେ ସହମତି ପ୍ରକାଶ କରିଛି । ମେଟାରେ କେସ ରେକଗନାଇଜେସନ ଟେକନିକର ସାହାରା ନେଇ ବିନା ଅନୁମତିର ଟେକ୍ସାସର ଲକ୍ଷ ଲକ୍ଷ ଲୋକଙ୍କ ବାୟୋମେଟ୍ରିକ ଡାଟା କଲେକ୍ଟ ଏବଂ ଉପଯୋଗ କରିବାର ଅଭିଯୋଗ ଲଗାଇଥାଏ । ଏଥିରେ ଫେସବୁକରେ ଅପଲୋଡ ଭିଡିଓ ସାମିଲ ଥିଲା ।

ଟେକ୍ସାସର ଅଟାର୍ନୀ ଜନେରାଲ କେନ ପାକ୍ସଟନଙ୍କ ମୁତାବକ, ଏହି ରାଜ୍ୟର ସବୁଠାରୁ ବଡ଼ ଚୁକ୍ତିନାମା ଅଟେ । ଏହି ଐତିହାସିକ ଚୁକ୍ତିନାମା ଦୁନିଆର ଟେକ କମ୍ପାନୀଗୁଡିକ ବିରୋଧରେ ଛିଡା ହେବା ଏବଂ ନିୟମ ଭାଙ୍ଗିବା ଏବଂ ଟେକ୍ସାସର ଲୋକଙ୍କ ପ୍ରାଇଭେସି ଅଧିକାରକୁ ଉଲ୍ଲଘଂନ କରିବା ପାଇଁ ଉତ୍ତରଦାୟୀ ପାଇଁ ଆମ ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ମେଟା ଏହି ଚୁକ୍ତିନାମା ଉପରେ କହିଛି ଯେ, ଆମେ ଏହି ମାମଲାର ସମାଧାନ ଚାହୁଁଛୁ ଏବଂ ଟେକ୍ସାସରେ ନିବେଶକୁ ବଢାଇବାର ରାସ୍ତା ଖୋଜିବା ପାଇଁ ତତ୍ପର ଅଛୁ । ଏଥିରେ ଡାଟା ପ୍ରସ୍ତୁତ କରିବା ମଧ୍ୟ ସାମିଲ ଅଛି ।

୨୦୨୨ ମସିହାରେ ମେଟା ବିରୋଧରେ ଟେକ୍ସାସ କୋର୍ଟରେ ଏହି ମକଦ୍ଦମା ଜାରି କରିଥିଲା । ଏହା ପୂର୍ବରୁ ୨୦୨୧ରେ ମଧ୍ୟ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏଥିରେ ମଧ୍ୟ କମ୍ପାନୀ ଉପରେ ପ୍ରାଇଭେସି ନିୟମର ଉଲ୍ଲଘଂନ କରିବାର ଅଭିଯୋଗ ଲଗାଯାଇଥିଲା । ଏହି ମାମଲାରେ ପରେ ୬୫୦ ମିଲିୟନର ଚୁକ୍ତିନାମା ହୋଇଥିଲା । ଏହି ସମୟରେ କମ୍ପାନୀ ଫେଓ ରେକଗନାଇଜେସନ ସିଷ୍ଟମ ବନ୍ଦ କରିବା ଏବଂ ଲକ୍ଷ ଲକ୍ଷ ୟୁଜର୍ସଙ୍କ ଫିଙ୍ଗରପ୍ରିଣ୍ଟକୁ ଡିଲିଟ କରିବା ପାଇଁ କହିଥିଲା ।

Get real time updates directly on you device, subscribe now.