fbpx

ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ହଠାତ୍ ଆକାଶରୁ ଛାତ ଭାଙ୍ଗି ଖସିଲା ଏକ ଉତ୍ତପ୍ତ ଉଲକା ପିଣ୍ଡ: କ’ଣ ଘଟିଲା ବୋଲି ପତି କିଛି ବୁଝିପାରିଲେନି

ନୂଆଦିଲ୍ଲୀ: ବେଳେବେଳେ ସାଧାରଣ ଦୁର୍ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ଭୟାନକ ଦୁର୍ଘଟଣାରେ ମଧ୍ୟ ଅନେକଙ୍କର କୌଣସି କ୍ଷତି ଘଟିନଥାଏ । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଥିଲା । ଆମେରିକାରେ ଜଣେ ମହିଳାଙ୍କ ଉପରେ ଉଲକା ପିଣ୍ଡ ହଠାତ୍ ଖସିପଡ଼ିଥିଲା । ଅଲବାମାର ଓକ ଗ୍ରୋଭରେ ଏହି ଘଟଣାଟି ଘଟିଛି । ତେବେ ଅନ୍ନ ହୋଡ୍ସ ନାମକ ମହିଳା ନିଘୋଡ଼ ନିଦରେ ଶୋଇଥିବା ସମୟରେ ତାଙ୍କ ଉପରେ ଉଲକା ମାଡ଼ ହୋଇଥିଲା । ମାତ୍ର ଭାଗ୍ୟବଶ୍ୟତଃ ତାଙ୍କର ଜୀବନ ବର୍ତ୍ତିଯାଇଥିବା ଜଣାପଡ଼ିଛି ।

ବର୍ଷ ସାରା ମହାକାଶରୁ ହଜାର ହଜାର ସଂଖ୍ୟାରେ ଉଲକା ପିଣ୍ଡ ପୃଥିବୀ ଉପରେ ମାଡ଼ ହୋଇଥାଏ । ମାତ୍ର ଅଧିକାଂଶ ସମୟରେ ଏହି ଉଲକା ସମୁଦ୍ରରେ ହିଁ ଲୀନ ହୋଇଥାଏ । ଜନବସତିରେ ମାଡ଼ ହେବା କ୍ୱଚିତ ଦେଖାଯାଏ । ୩୧ ବର୍ଷୀୟା ଅନ୍ନ ଶୋଇଥିବା ସମୟରେ ଦ୍ୱିପ୍ରହର ପ୍ରାୟ ୨.୩୦ ମିନିଟରେ ଉଲକା ଖସିଥିଲା । ତାଙ୍କ ଉପରେ ଏକ ବଲ ଆକୃତିର ଉଲକା ପଡ଼ିଥିଲା ଯାହାକି ୪.୬ ବିଲିୟନ ବର୍ଷର ପୁରୁଣା ଉଲକା ଥିଲା । ତେବେ ଏହି ଉଲକା ପିଣ୍ଡର ନାମ ହୋଡଗେସ୍ ରଖାଯାଇଥିବା ବେଳେ ତା’ର ଓଜନ ପ୍ରାୟ ୪ କିଲୋଗ୍ରାମ ଥିଲା । ରୁମର ଛାତ ଭାଙ୍ଗି ଉଲକା ସିଧାସଳଖ ଅନ୍ନଙ୍କ ଦେହରେ ବାଜିଥିଲା । ଫଳରେ ଶରୀରରେ ଯେଉଁ ସ୍ଥାନରେ ଉଲକା ମାଡ଼ ହୋଇଥିଲା, ଉକ୍ତ ସ୍ଥାନଟି କଳା ରଙ୍ଗ ହୋଇଯାଇଥିଲା । ଏହି ଘଟଣା ପରେ ଖବର ପାଇ ଘଟଣାସ୍ଥଳରେ ଟିମ୍ ପହଞ୍ଚି ଉଲକାକୁ ଜବତ କରିଥିଲେ । ତେବେ ମହିଳାଙ୍କର ବିଶେଷ କ୍ଷତି ଘଟିନଥିଲେ ପ୍ରକୃତରେ କ’ଣ ଘଟିଛି ବୋଲି ତାଙ୍କର ପତି ଜାଣିପାରିନଥିଲେ । ତେଣୁ ସେ ଅନ୍ନଙ୍କୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୧୯୫୪ ମସିହା ନଭେମ୍ବର ମାସରେ ଜଣେ ମହିଳା ରୁମରେ ଶୋଇଥିବା ବେଳେ ତାଙ୍କ ଉପରେ ଉଲକା ପିଣ୍ଡ ପଡ଼ିଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.