ଭୁବନେଶ୍ବର: ରାଜ୍ୟରେ କେବେ ଗଡ଼ିବ ମେଟ୍ରୋ ? ତାକୁ ନେଇ ଆସିଲା ବଡ଼ ଖବର । ଭୁବନେଶ୍ବରରେ ନୂଆ ଡିଜାଇନରେ ମେଟ୍ରୋ ପ୍ରକଳ୍ପ ହେବା ନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସେ କହିଛନ୍ତି ଯେ, “କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ । ଏଥିପାଇଁ ନୂଆ ବୈଷୟିକ କମିଟି ଗଠନ କରାଯିବ । ଏହି କମିଟି ମେଟ୍ରୋ ଚାଲୁଥିବା ରାଜ୍ୟକୁ ଯାଇ ଅନୁଧ୍ୟାନ କରିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ”।
ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ଯୋଜନା ତିଆରି ହୋଇଛି । କେଉଁ ଲାଇନରେ ଯିବ, କେଉଁ ଜାଗାରେ ପାର୍କିଙ୍ଗ ଅଞ୍ଚଳ ହେବ, ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯିବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର।