fbpx

୨୦୨୭ ଶେଷ ସୁଦ୍ଧା ଶେଷ ହେବ ମେଟ୍ରୋ ରେଳ: ସବୁ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍

ଭୁବନେଶ୍ୱର: ଓଡ଼ିଶା ବଜେଟ ଅଧିବେଶନରେ ରାଜ୍ୟର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି । ମାନ୍ୟବର ରାଜ୍ୟପାଳ ନିଜ ଭାଷଣରେ ଟ୍ୱିନ ସିଟିର ଭୁବନେଶ୍ୱର-କଟକ ରେଳ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତା ୨୦୨୭ ଶେଷ ସୁଦ୍ଧା ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଶେଷ ହେବ ବୋଲି କହିଛନ୍ତି ରାଜ୍ୟପାଳ । ମୋଟ ୬୨୫୬ କୋଟି ଟଙ୍କା ବ୍ୟୟରେ ଏହି ମେଟ୍ରୋ ରେଳ ପ୍ରକଳ୍ପର ଯୋଜନା କରାଯାଇଛି । ସେହିପରି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାର ମୋଟ ୬୭୯୮ ପଞ୍ଚାୟତରୁ ଲକ୍ଷ୍ମୀ ବସ୍ ଗଡ଼ିବା ନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟରେ ମୁଣ୍ଡପିଛା ଆୟ ସମ୍ପର୍କରେ ମଧ୍ୟ ବିବରଣୀ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ମୁଣ୍ଡପିଛା ଆୟ ବଢିଥିବା କହିଛନ୍ତି ରାଜ୍ୟପାଳ । ଗତ ୨୦୨୧-୨୨ ବର୍ଷରେ ମୁଣ୍ଡପିଛା ଆୟ ୧.୨୯ ଲକ୍ଷ ରହିଥିବା ବେଳେ ୨୦୨୨-୨୩ ବର୍ଷରେ ଏହି ଆୟ ୧.୫୧ ଲକ୍ଷ ରହିଛି । ଏହାସହିତ ବେକାରୀ ଅଭିବୃଦ୍ଧି ହାର ମଧ୍ୟ ହ୍ରାସ ପାଇଛି । ୨୦୧୭-୧୮ରେ ବେକାରୀ ଅଭିବୃଦ୍ଧି ହାର ୭.୧% ରହିଥିବା ବେଳେ ୨୦୧୯-୨୦ରେ ୬.୨% ରହିଥିଲା ବେକାରୀ ଅଭିବୃଦ୍ଧି ହାର । ତେବେ ଏଥର ଏହି ହାରରେ ଖୁବ ସୁଧାର ଆସିଥିବା ବଜେଟ ଅଧିବେଶନରେ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

Get real time updates directly on you device, subscribe now.