fbpx

ଇତିହାସ ରଚିଲା ମେକ୍ସିକୋ ନିର୍ବାଚନ, ଦେଶକୁ ମିଳିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ: ମେକ୍ସିକୋ ନିର୍ବାଚନ ଫଳାଫଳ ଏଥର ଇତିହାସ ରଚିଛି । ପ୍ରଥମ ଥର ମେକ୍ସିକୋରେ ଏବେ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ମହିଳା ରାଷ୍ଟ୍ରପତି ପ୍ରାର୍ଥୀ କ୍ଲାଉଡିଆ ଶୀନବାମ୍ ଏହି ନିର୍ବାଚନ ଜିତିଛନ୍ତି ଓ ଏବେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ମେକ୍ସିକୋର ଆଇଏନ୍‌ଇ ଇଲେକ୍ଟୋରାଲ ଇନଷ୍ଟିଚ୍ୟୁଟର ରାପିଡ୍ ସାମ୍ପଲ ଗଣନା ଅନୁଯାୟୀ କ୍ଷମତାସୀନ ଦଳର ପ୍ରାର୍ଥୀ କ୍ଲାଉଡିଆ ଶୀନବାମ୍ ମେକ୍ସିକୋରେ ରାଷ୍ଟ୍ରପତି ନିର୍ବାଚନ ଜିତି ଯାଇଛନ୍ତି ।

୬୦ ବର୍ଷୀୟା କ୍ଲାଉଡିଆଙ୍କ ପୁରା ନାମ କ୍ଲାଉଡିଆ ଶୀନବାମ୍ ପାର୍ଦୋ । ସେ ୧୯୬୨ ମସିହା ଜୁନ୍ ୨୪ ତାରିଖରେ ମେକ୍ସିକୋ ସିଟି ମେକ୍ସିକୋରେ ଜନ୍ମଗ୍ରହଣ କରିଥିଲେ । ସେ ନ୍ୟାସନାଲ ଅଟୋନୋମସ୍ ୟୁନିଭରସିଟି ଅଫ୍ ମେକ୍ସିକୋରୁ ଭୌତିକ ବିଜ୍ଞାନରେ ସ୍ନାତକ ଓ ଏନର୍ଜି ଇଂଜିନିୟରିଂରେ ପିଏଚ୍‌ଡି କରିଛନ୍ତି । ସେ ୨୦୧୮ରେ ମେକ୍ସିକୋ ସିଟିର ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ପଦରେ ନିର୍ବାଚିତ ହେବାରେ ସେ ଦେଶର ପ୍ରଥମ ମହିଳା ଥିଲେ । ସେ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ପରିବେଶ ସଚିବ ଭାବରେ ମଧ୍ୟ କାମ କରିଛନ୍ତି । ସେ ମେକ୍ସିକାନ୍ ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ ଲୋପେଜ୍ ଓବ୍ରାଡୋରଙ୍କ ପାର୍ଟି ମୋରେନାର ପ୍ରମୁଖ ସଦସ୍ୟ ।

Get real time updates directly on you device, subscribe now.