ମାଇକ୍ରୋସପ୍ଟ କର୍ମଚାରୀଙ୍କ ପାଇଁ ଖୁସି ଖବର; ଏହି ତାରିଖରୁ କମ୍ପାନୀ ଦେବ ଜବରଦସ୍ତ ପ୍ୟାକେଜ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭେଟେରାନ୍ ଟେକ୍ କମ୍ପାନୀ ଏହାର ଛୁଟିଦିନ ନୀତିକୁ ବଦଳାଇଛି । ଯାହାଫଳରେ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ତେବେ କମ୍ପାନୀ ଅନ୍ୟ ଛୁଟିଦିନ ସହିତ ଅସୀମିତ ସମୟ ମଧ୍ୟ ପ୍ରଦାନ କରୁଛି । କିନ୍ତୁ ଏହି ଅସିମିତ ଛୁଟି କିଛି କର୍ମଚାରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଥିବା ମାଇକ୍ରୋସପ୍ଟ କର୍ମଚାରୀମାନଙ୍କ ପାଇଁ କମ୍ପାନୀ ଏହି ନିୟମ ଆଣିଥିବା ବେଳେ ଯେଉଁ କର୍ମଚାରୀମାନଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟକ ଛୁଟି ନାହିଁ ସେମାନେ ଅସୀମିତ ଛୁଟି ନେଇ ପାରିବେ।

ତେବେ ଏହି ନିୟମ ଚଳିତ ବର୍ଷ ଜାନୁଆରୀ ୧୬ ରୁ କାର୍ୟ୍ୟକାରୀ ହେବାକୁ ଯାଉଛି । ନୂତନ ନିୟମରେ, ଅସୀମିତ ଛୁଟି ବ୍ୟତୀତ କର୍ମଚାରୀମାନେ ୧୦ ଟି କର୍ପୋରେଟ୍ ଛୁଟି, ଅନୁପସ୍ଥିତି ଛୁଟି, ଅସୁସ୍ଥ ଏବଂ ମାନସିକ ସ୍ୱାସ୍ଥ୍ୟ ଛୁଟି ପାଇ ପାରିବେ । ଏହା ସହିତ ଜୁରି ଡ୍ୟୁଟି କିମ୍ବା ଶୋକ ପାଇଁ ମଧ୍ୟ ସମୟ ଦିଆଯିବ । ଦି ଭର୍ଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟର ମୁଖ୍ୟ ଲୋକ ଅଧିକାରୀ କ୍ୟାଥଲିନ୍ ହୋଗାନ୍ କର୍ମଚାରୀମାନଙ୍କୁ ନୂତନ ନୀତି ବିଷୟରେ ମେଲ୍ କରିଛନ୍ତି।

ଏହି ଲୋକମାନେ ସୁବିଧା ପାଇବେ ନାହିଁ: ଯେଉଁମାନେ ଘଣ୍ଟା ଘଣ୍ଟା କାମ କରୁଛନ୍ତି କିମ୍ବା ଆମେରିକା ବାହାରେ ରହୁଛନ୍ତି କିମ୍ବା ଫ୍ରିଲାନ୍ସ ଭାବରେ କାର୍ୟ୍ୟ କରୁଛନ୍ତି, ସେମାନେ ଏହି ନୀତିର ଲାଭ ଉଠାଇ ପାରିବେ ନାହିଁ । ଏହା ପଛର କାରଣ ପଚାରିବାରୁ ମାଇକ୍ରୋସଫ୍ଟ କହିଛି ଯେ ସମସ୍ତ ଦେଶରେ ଭିନ୍ନ ଭିନ୍ନ ନିୟମ ଅଛି ।ଏହି କାରଣରୁ, ଆମେରିକା ବାହାରେ ରହୁଥିବା କର୍ମଚାରୀମାନେ ଏହି ନୀତିରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ ।