ଉଦଳା: ମିଡ ଡେ’ ମିଲରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ମୁଢ଼ି । ଖୁଣ୍ଟା ବ୍ଲକର କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଅଭିଭାବକଙ୍କ ବିରୋଧ ପରେ ସନ୍ଧ୍ୟା ୫ଟାରେ ଭାତ ଖାଇଲେ ଛାତ୍ରଛାତ୍ରୀ । ଘଟଣାକୁ ନେଇ ଅଭିଭାବକ ପ୍ରତିବାଦ କଲା ପରେ ସ୍କୁଲ କର୍ତ୍ତୃପକ୍ଷ ଭାତ କରି ପିଲାଙ୍କୁ ସନ୍ଧ୍ୟାବେଳେ ଦେଇଥିବା ସୂଚନା ।
ସ୍କୁଲ ପକ୍ଷରୁ ଏ ପ୍ରକାର ଅବ୍ୟବସ୍ଥା କଣ ପାଇଁ ହୋଇଛି ସେ ନେଇ ସୂଚନା ନ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଯାଞ୍ଚ ଚାଲିଛି ।