fbpx

ଓଡ଼ିଆ ଶ୍ରମିକଙ୍କ ମୃତଦେହକୁ ଦୁବାଇରୁ ଆଣିଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ବହୁ ପ୍ରକାର କଟକଣା ଜାରି କରାଯାଇଛି । ଲକଡାଉନ , ସଟଡାଉନ ପରି ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ବାହାର ରାଜ୍ୟରେ ବହୁ ପ୍ରବାସୀ ଫସି ରହିଛନ୍ତି । ଏହାସହ ଗତ ୧୬ଦିନ ତଳେ ଦୁବାଇରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିଥିଲା । ଆଜି ସେହି ଓଡ଼ିଆ ଶ୍ରମିକଙ୍କ ମୃତଦେହକୁ ଦୁବାଇରୁ ଆଣିଛନ୍ତି ଅଭିନେତା ସବ୍ୟସାଚୀ ।ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁର ୧୬ଦିନ ପରେ ସବ୍ୟସାଚୀଙ୍କ ଉଦ୍ୟମରେ ମୃତଦେହ ଓଡ଼ିଶାରେ ପହଞ୍ଚିଛି । ଗଞ୍ଜାମ ସ୍ଥିତ ଖଲ୍ଲିକୋଟ ଥାନା ଖଜାପଲ୍ଲୀ ଗ୍ରାମକୁ ମୃତଦେହକୁ ଅଣାଯାଇଛି । ଏହାପରେ ସବ୍ୟସାଚୀଙ୍କୁ ମୃତ ବଳରାମଙ୍କ ପରିବାର ସଦସ୍ୟ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.