fbpx

MILAN 24 ରେ ୫୦ ଦେଶର ନୌସେନା ହେବେ ସାମିଲ, ଆଇଏନଏସ୍ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତ ପ୍ରଥମଥର ଏକ ସଙ୍ଗେ ଦେଖାଇବେ ଶକ୍ତି

Advertisement

ନୂଆଦିଲ୍ଲୀ: ଭାରତୀୟ ନୌସେନା ୧୯ରୁ ୨୭ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ ବିଶାଖାପାଟନମ୍‌ରେ ମିଳନ ୨୪(MILAN 24 ) ନୌସୈନିକ ଅଭ୍ୟାସ କରୁଛନ୍ତି । ଏଥିରେ ୫୦ ଦେଶର ନୌସେନା ସାମିଲ ହେବାର ସମ୍ଭାବନା ରହିଛି । ପ୍ରଥମଥର ଭାରତର ଦୁଇ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ୍ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତ ଏହି ଅଭ୍ୟାସରେ ଭାଗ ନେବେ ।
ନୌସେନା ମୁଖ୍ୟ ଆଡମିରାଲ୍ ଆର୍‌. ହରିକୁମାର କହିଛନ୍ତି ଏହି ଦୁଇ ବିମାନବାହକ ଯୁଦ୍ଧଜାହାଜ ପ୍ରଥମଥର ଏକ ସଙ୍ଗେ ଅପରେଟ୍ କରିବେ । ନୌସେନା ଲଗାତର ସମୁଦ୍ର ଡାକୁଙ୍କ ବିରୁଦ୍ଧରେ ଏହାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । କାର୍ଗୋ ଜାହାଜକୁ ସୁରକ୍ଷା ଦେଉଛି । ଭାରତୀୟ ନୌସେନା ସବୁ ଦେଶର ଜାହାଜକୁ ସେମାଲିଆ ସମୁଦ୍ର ଡାକୁଙ୍କ ଠାରୁ ସୁରକ୍ଷା ଦେଉଛି ।
ଭାରତୀୟ ନୌସେନା ଦୁଇ ପ୍ରକାରର ମୁଖ୍ୟ ଅପରେସନ କରୁଛି । ପ୍ରଥମ ଆଣ୍ଟି ପାଇରେସୀ ଓ ଦ୍ୱିତୀୟ ଆଣ୍ଟି ଡ୍ରୋନ୍ ଅପରେସନ । ଯେଉଁ ବି ଜାହାଜରୁ ଇମର୍ଜେନ୍ସି କଲ୍ ଆସିଥାଏ ଭାରତୀୟ ନୌସେନା ତାଙ୍କୁ ସହାୟତା କରିଥାନ୍ତି । ସେ କେଉଁ ବି ଦେଶର ଜାହାଜ ହୋଇଥାଉ । ଡ୍ରୋନ୍ କିମ୍ବା ମିସାଇଲ୍ ଆକ୍ରମଣରୁ ବ୍ୟବସାୟିକ ଜାହାଜକୁ ସୁରକ୍ଷା ଦେବା ଭାରତୀୟ ନୌସେନାର ଲକ୍ଷ୍ୟ ।

ଆରବ ସାଗରରେ ୪ ଯୁଦ୍ଧଜାହାଜ ନିୟୋଜିତ ହୋଇଛନ୍ତି । ଗତ ବର୍ଷ ‘ମିଳନ ନୌସୈନିକ’ ଅଭ୍ୟାସରେ ୩୯ ଦେଶର ନୌସେନା ସାମିଲ ହୋଇଥିଲେ । ଏଥର ୫୦ରୁ ଅଧିକ ଦେଶ ଏଥିରେ ଯୋଗ ଦେବାର ସମ୍ଭାବନା ରହିଛି । ମିଳନର କଳ୍ପନା ଭାରତର ‘ଲୁକ୍ ଇଷ୍ଟ ପଲିସି’ ଅନୁରୂପ ହୋଇଥିଲା । ପରେ ଭାରତ ସରକାରଙ୍କ ଆକ୍ଟ ଇଷ୍ଟ ପଲିସି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତଙ୍କ ପାଇଁ ସୁରକ୍ଷା ଓ ବିକାଶ ଯୋଜନାରେ ଅନ୍ୟ ମିତ୍ରବତ୍ ବିଦେଶୀ ଦେଶଙ୍କ ଭାଗିଦାରୀରେ ଏହାର ବିସ୍ତାର ହୋଇଥିଲା । ଏହି ମିଲନ ୨୪ରେ ଅନ୍ତରାଷ୍ଟ୍ରୀୟ ସମୁଦ୍ର ସହଭାଗିତା, ସିଟି ପ୍ୟାରେଡ୍‌, ସ୍ୱାବଲମ୍ବନ ପ୍ରଦର୍ଶନୀ, ବିଷୟବସ୍ତୁ ବିଶେଷଜ୍ଞ ବିନିମୟ, ଯୁବା ଅଧିକାରୀଙ୍କ ମିଳନ ଇତ୍ୟାଦି ସାମିଲ ରହିଛି ।

Get real time updates directly on you device, subscribe now.