fbpx

୧୫ ଅକ୍ଟୋବରରୁ ହାଲୁକା ଶୀତ, ଏହି ତାରିଖ ପରେ ସ୍ୱେଟରର ପଡିବ ଆବଶ୍ୟକ, ଜାଣନ୍ତୁ କେଉଁଠି ହେବ ବର୍ଷା

ନୂଆଦିଲ୍ଲୀ: ସାରା ଦେଶରେ ମୌସୁମୀ ଯିବା ପରେ କିଛି ରାଜ୍ୟରେ ବର୍ଷା ଜାରି ରହିଛି। ଉତ୍ତର ଭାରତର ରାଜ୍ୟରେ ସକାଳ-ସଂଧ୍ୟାର ଥଣ୍ଡା ଆରମ୍ଭ ହୋଇସାରିଛି। ପାଣିପ୍ଧଜ୍ଞ ବିଭାଗ ଅନୁଯାୟୀ, ଆଗାମୀ ୩ ରୁ ୪ ଦିନ କେନ୍ଦ୍ରୀୟ ଆରମ୍ଭ ସାହର ଉପରେ ବାୟୁ ଚାପ ରହିଥିବା ଦେଖାଦେଇଛି। ଯାହା ପାଇଁ ଦିଲ୍ଲୀ-ଏନସିଆରରେ ଦଶହରା ପରେ ୧୫ ଅକ୍ଟୋବରରୁ ହାଲୁକା ଥଣ୍ଡା ଆରମ୍ଭ ହେବାର ଆଶଙ୍କା ରହିଛି।

୨୦ ଅକ୍ଟୋବର ପରଠାରୁ ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ସକାଳ ଏବଂ ରାତିରେ ସ୍ୱେଟରର ଆବଶ୍ୟକ ପଡିପାରେ। ଆଗାମୀ କିଛି ଦିନ ଏଠାରେ ଦିନରେ ଖରା ରହିବ। ପାଣିପାଗ ବିଭାଗ ଅନୁସାରେ, ଭିନ୍ନ ଭିନ୍ନ ଅଞ୍ଚଳରେ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆଗାମୀ ମହାରାଷ୍ଟ୍ର ଏବଂ ଉତ୍ତର-ପୂର୍ବ ଭାରତର ଉପକୂଳ ଏବଂ ଘାଟ ଅଞ୍ଚଳରେ ହାଲୁକାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ କୋଙ୍କଣ, ଗୋଆ, କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡୁ. ଦକ୍ଷିଣ ଆଭୟନ୍ତରୀଣ କର୍ଣ୍ଣାଟକ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.