fbpx

ବର୍ଡ଼ରରେ ପିତା, ମଣ୍ଡପରେ ଝିଅ : ଲକ୍-ଡାଉନ୍ ଯୋଗୁଁ କରିପାରିଲେନି କନ୍ୟାଦାନ

ଦେଶରେ ଲାକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଏହାର ଗୁରୁଦାୟିତ୍ୱ ଉଠାଉଛନ୍ତି କିଛି ବର୍ଗ, ଯାହାଙ୍କ ମଧ୍ୟରୁ ସୈନ୍ୟ ଅନ୍ୟତମ । ଡ୍ୟୁଟି ପାଇଁ ସେମାନେ ନିଜ ଘର, ପରିବାରଠାରୁ ଦୂରେଇ ରହୁଥିବା ବେଳେ ନିକଟରେ ଜଣେ ସୈନିକ ପିତା ନିଜ ଝିଅର କନ୍ୟାଦାନ କରିବାର ସୌଭାଗ୍ୟ ହରାଇଛନ୍ତି । ଉତ୍ତରକାଶୀର ଚିନ୍ୟାଲୀସୌଡ ବାସିନ୍ଦା ବିଜୟରାଜ ପରମାର ଅସମ ରାଇଫଲରେ ଚାକିରି କରୁଥିବା ବେଳେ ତାଙ୍କର ଏବେ ତ୍ରିପୁରା ବର୍ଡରରେ ପୋଷ୍ଟିଂ ହୋଇଛି । ଲକ୍-ଡାଉନ୍ ଯୋଗୁଁ ଝିଅ ଅନାମିକାର ବିବାହରେ ସେ ପହଞ୍ଚିପାରିନଥିଲେ । ସମସ୍ତ ରୀତି ନୀତି ସରିଥିବାରୁ ହୋଇଥିବାରୁ ପରିବାର ଲୋକଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ବିଜୟଙ୍କ ଅନୁପସ୍ଥିତିରେ ତାଙ୍କ ସାନ ଭାଇ ଝିଅର କନ୍ୟାଦାନ କରିଥିଲେ । ଝିଅକୁ ଭିଡିଓ କଲ ମାଧ୍ୟମରେ ବିଦା କରିଥିଲେ ପିତା । ଭିଡିଓ କଲରେ ପିତାଙ୍କ ଝିଅ-ବିଦା ଦେଖି ଉପସ୍ଥିତ ଲୋକଙ୍କ ଆଖିରେ ମଧ୍ୟ ଆସିଯାଇଥିଲା ଲୁହ । ଲକ୍-ଡାଉନ୍ ଯୋଗୁଁ ବିଜୟଙ୍କର ଆସିବା ସମ୍ଭବ ହୋଇନଥିଲା, କିନ୍ତୁ ନିଜ ଲାଡଲୀ ଝିଅର କନ୍ୟାଦାନ ନ କରିପାରିଥିବାରୁ ସାରା ଜୀବନ ତାଙ୍କ ମନରେ ଦୁଃଖ ରହିବ ।

Get real time updates directly on you device, subscribe now.