ବଢ଼ିଲା କ୍ଷୀର ଦାମ୍, ଜାଣନ୍ତୁ ପ୍ୟାକେଟ୍ ପିଛା କେତେ ବଢ଼ିଲା…

ବେଙ୍ଗାଲୁରୁ,୨୮ା୩: ଆଜିକାଲି ଦରଦାମ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଉଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ଲୋକଙ୍କୁ ଆହୁରି ଦୁର୍ବଳ କରିଦେଉଛି । ରାତି ପାହିଲେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପାଇଁ ଆବଶ୍ୟକ ପଡୁଥିବା କ୍ଷୀର ପ୍ୟାକେଟର ଦାମ୍ ବଢ଼ିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ ।

କମ୍ପାନୀ ଟଙ୍କାଏ କି ୨ ଟଙ୍କା ବଢ଼ାଇନି । ଏକାଥରକେ ୪ ଟଙ୍କା ବୃଦ୍ଧି କରିଛି । ଏହି କ୍ଷୀରର ଦାମ୍ ବୃଦ୍ଧି ହୋଇଛି କର୍ଣ୍ଣାଟକରେ । କର୍ଣ୍ଣାଟକ ମିଲ୍କ ଫେଡେରେସନ ନିଜର ବ୍ରାଣ୍ଡ ନନ୍ଦିନୀ ନାମରେ ବିକ୍ରି ହେଉଥିବା କ୍ଷୀର ଦାମ ଲିଟର ପିଛା ୪ ଘଣ୍ଟା ବଢାଇବାକୁ ଘୋଷଣା କରିଛି । ନନ୍ଦିନୀ ବ୍ରାଣ୍ଡର କ୍ଷୀର ଏବଂ ଘିଅ ଉଚ୍ଚ ଗୁଣବତ୍ତା ସଂପନ୍ନ ହୋଇଥିବାରୁ ସମସ୍ତଙ୍କ ପ୍ରଥମ ପସନ୍ଦ ।

ଏହି ସୂଚନା ଦେଇ ନ୍ତ୍ରୀ କେ.ଏନ. ରଞ୍ଜନା କହିଛନ୍ତି, ରାଜ୍ୟରେ କ୍ଷୀରର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବ। ଦୁଗ୍ଧ ଚାଷୀ ଏବଂ କର୍ଣ୍ଣାଟକ କ୍ଷୀର ମହାସଂଘ ଦୀର୍ଘ ଦିନ ଧରି ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଂଗଠନ ପକ୍ଷରୁ କ୍ଷୀରର ମୂଲ୍ୟ ଲିଟର ପିଛା ୫ ଟଙ୍କା ବୃଦ୍ଧି କରିବାକୁ ଦାବି କରାଯାଇଥିଲା। ମାତ୍ର ସରକାର ୧ ଟଙ୍କା ହ୍ରାସ କରି ୪ ଟଙ୍କା ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ, ନନ୍ଦିନୀ ଦହିର ମୂଲ୍ୟ ମଧ୍ୟ କିଲୋଗ୍ରାମ ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ୨୦୨୪ ଜୁନରେ ମଧ୍ୟ ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା।  ରାଜ୍ୟର ଦୁଗ୍ଧ ଉତ୍ପାଦକଙ୍କ ପାଖରେ ମୂଲ୍ୟ ସଂଶୋଧନ ରାଶି ସିଧାସଳଖ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯିବ ବୋଲି କେ.ଏନ. ରଞ୍ଜନା କହିଛନ୍ତି।