fbpx

ଚମତ୍କାର ନା ଅନ୍ଧବିଶ୍ୱାସ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକଙ୍କର ଲାଗିଛି ପ୍ରବଳ ଭିଡ଼

ନୂଆଦିଲ୍ଲୀ: ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଘଟଣା ସାମ୍ନାକୁ ଆସୁଛି, ଯାହା କୁ କିଛି ଲୋକ ଚମତ୍କାର କହୁଥିବା ବେଳେ ଆଉ କିଛି ଏହାକୁ ଅନ୍ଧବିଶ୍ୱାସ କହୁଛନ୍ତି । ସେହିପରି ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଥିବା ଏକ ନିମ୍ବ ଗଛରୁ ଶନିବାର ସକାଳେ ଅଚାନକ୍ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଥିଲା । ଏପରି ପରିସ୍ଥିତିରେ ଲୋକମାନେ ତାହାକୁ ‘ଶୀତଳ ମା’ଙ୍କ ଚମକ୍ରାର କହି ପୂଜା କରିବାକୁ ଲାଗିଥିଲେ ।

ଚାହୁଁ ଚାହୁଁ ଶହ ଶହ ଲୋକଙ୍କର ସେଠାରେ ଭିଡ଼ ଜିମଗଲା । ଏହାକୁ ସମସ୍ତ ବ୍ୟକ୍ତି ଶୀତଳ ମା’ଙ୍କ ଚମତ୍କାର ବୋଲି କହୁଛନ୍ତି । ଏହା ସହ ଗଛରୁ ବାହାରୁଥିବା ଏହି କ୍ଷୀର ଜାତୀୟ ପଦାର୍ଥକୁ ଲୋକମାନେ କିଛି ପାତ୍ରରେ ନେଇ ଘରକୁ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ସମସ୍ତ ରୋଗର ଏହା ଔଷଧ ବୋଲି ମଧ୍ୟ ଲୋକେ କହୁଥିବା ଶୁଣିବାକୁ ମିଳିଛି ।

Singrauli news : नीम के पेड़ में निकलने लगा अचानक दूध लोग मान रहे हैं शीतला माता का चमत्कार

ଲୋକଙ୍କ ମଧ୍ୟରେ ଏହି ଖବର ନିଆଁ ପରି ବ୍ୟାପିବାରେ ଲାଗିଲା ଓ ବହୁ ଦୂର ଦୂରାନ୍ତରୁ ମଧ୍ୟ ଲୋକମାନେ ଏହାକୁ ଦେଖିବା ପାଇଁ ଧାଇଁ ଆସିଲେ । ତେବେ ଯେଉଁଭଳି ନିମ୍ବ ଗଛରୁ କ୍ଷୀର ବାହାରୁଛି, ତାହାକୁ ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ । ଲୋକମାନେ ଏହାକୁ ଚମକ୍ରାର ଭାବି ନିଜ ଭାବନା ସହ ଯୋଡ଼ିବାରେ ଲାଗିଛନ୍ତି । ଗଛରୁ ବାହାରୁଥିବା ଏହି କ୍ଷୀର ଜାତୀୟ ପଦାର୍ଥ ବହୁ ମାତ୍ରାରେ ତଳେ ଜମା ହେବାରେ ଲାଗିଛି ।

ଲୋକମାନେ ଏହାକୁ ମା’ଙ୍କୁ ଚମତ୍କାର ଭାବି ଗଛତଳେ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି । କିଛି ଲୋକ ଗଛ ଚାରିପାଖେ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି । ନିମ୍ବ ଗଛ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗଛରୁ ବାହାରୁଥିବା କ୍ଷୀରକୁ ନେଇ ଲୋକଙ୍କ ମନରେ କୌତୂହଳ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.