ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୋ ବସ୍ ଧକ୍କାରେ ପ୍ରାଣ ହରାଇଥିବା ମିନତୀ ଚକ୍ଷୁ ଦାନ କଲେ। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ଚକ୍ଷୁ ଦାନ କରିଥିବା ସୂଚନା।
ଆଜି ରଘୁନାଥପୁରରେ ମୋ ବସ୍ ଧକ୍କାରେ ନାବାଳିକା ମିନତୀର ମୃତ୍ୟୁ ହୋଇଥିଲା। ଏଥିପାଇଁ ସିଆରୟୁଟି ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ମିଳିଛି।
ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ।
ଭୁବନେଶ୍ୱର- ନନ୍ଦନକାନନ ରାସ୍ତାରେ ଘଟିଥିଲା ଦୁର୍ଘଟଣା । ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳର ଘଟଣା । କୁନିଝିଅ ମୃତ୍ୟୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିବାଦ କରିଥିଲେ।
ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ। ଦୁର୍ଘଟଣା ସମୟରେ ମୋ ବସଟି ସ୍ପିଡରେ ଥିବା ଲୋକେ କହିଛନ୍ତି । ବାର ବର୍ଷର ଝିଅ ସାଇକେଲ ଚଳାଉଥିବାବେଳେ ମୋ ବସ ଦେଲା ଧକ୍କା ଦେଇଥିଲା ।