fbpx

ବିଶ୍ୱର ଅଧା ମଣିଷଙ୍କ ମସ୍ତିଷ୍କରେ ଲୁଚି ରହିଛି ‘Mind Control Parasite’: ଲକ୍ଷଣ ଜଣାପଡ଼ୁନି, ଭ୍ରୁଣ, ନବଜାତ ଶିଶୁଙ୍କ ପାଇଁ ବେଶି ବିପଦ

ନୂଆଦିଲ୍ଲୀ: ଅନେକ ସମୟରେ ମଣିଷକୁ ନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଆମର ମସ୍ତିଷ୍କ ବାବଦରେ ଏକ ନୂଆ ଖୁଲାସା ହୋଇଛି । ମଣିଷର ବ୍ରେନରେ ରହିଥିବା ଏକ ପାରାସାଇଟ ମସ୍ତିଷ୍କକୁ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି । ବିଶ୍ୱର ଅଧା ଲୋକଙ୍କ ଠାରେ ଟେକ୍ସୋପ୍ଲାଜମା ଗୋଣ୍ଡି ପାରାସାଇଟ୍ ଲୁଚି ରହିଛି । ମାତ୍ର ଏହି ପାରାସାଇଟର ଲକ୍ଷଣ କେହି ଦେଖି ନଥିବା କୁହାଯାଉଛି ।

ତେବେ ଏହି ପାରାସାଇଟର ଲକ୍ଷଣ ମୂଷାଙ୍କଠାରେ ଦେଖାଯାଇଛି ଓ ଏହା ଅତ୍ୟନ୍ତ ଭୟଙ୍କର ବୋଲି ଜଣାପଡ଼ିଛି । ଏହି ପାରାସାଇଟ ଯଦି ମୂଷାର ବ୍ରେନକୁ କବଜା କରିନିଏ ତେବେ ମୂଷା ବିଲେଇକୁ ମଧ୍ୟ ନିଜର ଶିକାର ବନାଇ ପାରିଥାଏ । ଏହି ପାରାସାଇଟ ମଣିଷ ବ୍ରେନରେ ରହି କ’ଣ ସବୁ କରୁଛି ତାହା ନିହାତି ଭାବେ ଜାଣିବା ଦରକାର । ତେବେ ମଣିଷଠାରେ ଦେଖାଯାଉଥିବା ଏହି ପାରାସାଇଟକୁ ଏଣିକି ଚିକିତ୍ସା କରିବା ସମ୍ଭବ ହୋଇପାରିବ ବୋଲି ଅଧ୍ୟୟନକାରୀମାନେ ଦାବି କରିଛନ୍ତି ।

ଏହି ପାରାସାଇଟ ନିଜର ନିଷ୍କ୍ରିୟ ଓ ରକ୍ଷାତ୍ମକ ସ୍ଥିତିରେ ରହିବା କାରଣରୁ ସାରା ଜୀବନ ମଣିଷ ଶରୀରରେ ରହିପାରିଥାଏ । ଅଧିକାଂଶ ସମୟରେ ଏହି ପାରାସାଇଟକୁ ‘ମାଇଣ୍ଡ-କଣ୍ଟ୍ରୋଲ ପାରାସାଇଟ’ କୁହାଯାଇଥାଏ । ତେବେ ପାରାସାଇଟ ମଣିଷର ବ୍ରେନକୁ ମଧ୍ୟ କବଜା କରିପାରିବ କି ନା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହି ପାରାସାଇଟ ଦ୍ୱାରା ଆକ୍ରମକତା, ପ୍ରଭାବଶାଳୀ ଆଚରଣ ଦେଖାଦେବାର ସମ୍ଭାବନା ରହିଥିବା କିଛି ଗବେଷକ ମତ ଦେଉଥିବା ବେଳେ ଆଉ କିଛି ଗବେଷକ ଏହାକୁ ଖଣ୍ଡନ କରିଛନ୍ତି ।

ତେବେ ମଣିଷଠାରେ ଏହି ପାରାସାଇଟର ଲକ୍ଷଣ ଦେଖାଯାଇ ନଥିଲେ ହେଁ ଏହାର ସଂକ୍ରମଣରେ ହାଲୁକା ଫ୍ଲୁ ପରି ଲକ୍ଷଣ ଦେଖାଦେଇଥାଏ । ବେଳେବେଳେ ଗମ୍ଭୀର ବୀମାରୀ ମଧ୍ୟ ହୋଇପାରେ । ଏହାଦ୍ୱାରା ଭ୍ରୁଣ, ନବଜାତ ଶିଶୁ, ଦୁର୍ବଳ ଇମ୍ୟୁନଧାରୀ ଯୁବକଙ୍କୁ ବେଶି ବିପଦ ରହିଥାଏ । ଏହା ଆଖି ଓ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାର ଓ ଅନେକ ସମୟରେ ଘାତକ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.