fbpx

ଆଉ ଲୁଚାଇ ପାରିବେ ନାହିଁ ଆପଣଙ୍କ କୌଣସି ରହସ୍ୟ…! ଆପଣଙ୍କ ମନରେ କଣ ଚାଲିଛି ଏବେ ସବୁ କହିଦେବ AI

ନୂଆଦିଲ୍ଲୀ: କଥାରେ ଅଛି ମଣିଷ ହିଁ କେବଳ ମଣିଷର ମନ ପଢ଼ିପାରେ। କିନ୍ତୁ ଏବେ ବ୍ୟକ୍ତିଙ୍କ କଥା ଛାଡ଼ନ୍ତୁ ମେସିନ ଏବେ ଯାହା ସବୁ କରୁଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ସମୟ ଏଠାରେ ଏତେ ପରିବର୍ତ୍ତନ ହେଲାଣି ଆପଣ କଣ ଭାବୁଛନ୍ତି ତାହା ମଧ୍ୟ ଜଣ ପଡ଼ିଯିବ । କିନ୍ତୁ ପାର୍ଥକ୍ୟ ଏତିକି ଯେ ଏଠାରେ ଏହି ସବୁ କାର୍ଯ୍ୟ ଜଣେ ମଣିଷ ନୁହେଁ ବରଂ ଏକ ମେସିନ୍ କରୁଛି । ୨୦୨୩ ବର୍ଷର ଆରମ୍ଭରୁ, AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲୋକପ୍ରିୟ ହେବାରେ ଲାଗିଛି । ଏଗୁଡିକର ଗୋଟେ ପରେ ଗୋଟେ ନୂତନ ରୂପ ସାମ୍ନାକୁ ଆସୁଛି ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏକ ନୂତନ ପଦ୍ଧତି ଉଦ୍ଭାବନ କରାଯାଇଛି, ଯାହା ମଣିଷର ମନ ପଢ଼ିପାରିବ। ଖବର ଅନୁଯାୟୀ, ଟେକ୍ସାସ୍ ବିଶ୍ୱବିଦ୍ୟାଳୟ ଏକ AI ମଡେଲ୍ ବିକଶିତ କରିଛି ଯାହା ମାନବ ଚିନ୍ତାଧାରା ପଢ଼ିପାରିବ ବୋଲି ଦାବି କରାଯାଉଛି । ଏହି AI ସିଷ୍ଟମକୁ ସେମାଣ୍ଟିକ୍ ଡିକୋଡର୍ କୁହାଯାଏ ।

ତେବେ ଏହା କଣ କରିବ :
ଏହା ମାନବ ମସ୍ତିଷ୍କ କାର୍ଯ୍ୟକଳାପକୁ ପାଠ୍ୟରେ ପରିଣତ କରିପାରିବ । ଏହି ଅନୁସନ୍ଧାନକୁ ଜେରୀ ଟାଙ୍ଗ ଏବଂ ଆଲେକ୍ସ ହୁଥ ପରିଚାଳନା କରିଛନ୍ତି। ଜେରୀ ଟାଙ୍ଗ( Jerry Tang ) ଏବଂ ଆଲେକ୍ସ ହୁଥ (Alex Huth)ଙ୍କ ଅଧ୍ୟୟନ ଆଂଶିକ ଟ୍ରାନ୍ସଫର୍ମର ମଡେଲ ଉପରେ ଆଧାରିତ, ଯାହା ଗୁଗୁଲ୍ ବାର୍ଡ ଏବଂ ଓପନ୍ ଏଆଇ ଚାଟ୍ ଜିପିଟିରେ ମଧ୍ୟ ବ୍ୟବହୃତ ହୋଇଛି। ଅତ୍ୟାଧୁନିକ ଉଦ୍ଭାବନ ପରେ ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା ଭିନ୍ନକ୍ଷମ ଏବଂ ପକ୍ଷାଘାତ ରୋଗୀଙ୍କୁ ସାହାଯ୍ୟ କରିବ । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରକୃତରେ ଏକ AI ଆଧାରିତ ଡିକୋଡର୍, ଯାହା ମସ୍ତିଷ୍କର ଗତିବିଧିକୁ ପାଠ୍ୟରେ ଷ୍ଟ୍ରିମ୍ କରିପାରିବ । ଏହା ସାହାଯ୍ୟରେ ଜଣେ ବ୍ୟକ୍ତିର ଚିନ୍ତାଧାରା ପଢାଯାଇପାରିବ । ତଥାପି, ବର୍ତ୍ତମାନ ଏହାକୁ ଅଧିକ ତାଲିମ ଦିଆଯାଉଛି । କିନ୍ତୁ ଏହା ସହିତ ଅନେକ ଲୋକ ମଧ୍ୟ ମନର ଗୋପନୀୟତା ବିଷୟରେ ପ୍ରଶ୍ନ ଉଠାଉଛନ୍ତି ।

Get real time updates directly on you device, subscribe now.