ମାତ୍ର ୩୧୦ ଟଙ୍କାରେ ଦେଖନ୍ତୁ ଚାମ୍ପିୟନ୍ସ ଟ୍ରଫି, ଜାଣନ୍ତୁ VVIP ଟିକେଟର ମୂଲ୍ୟ କେତେ?

ନୂଆଦିଲ୍ଲୀ: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିକେଟ୍ ଦର ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଶସ୍ତା ଟିକେଟ୍ ୧୦୦୦ ପାକିସ୍ତାନୀ ଟଙ୍କା (୩୧୦ ଭାରତୀୟ ଟଙ୍କା) ହେବ।

ପିସିବିର ଏକ ଆଭ୍ୟନ୍ତରୀଣ ଦସ୍ତାବିଜରୁ ଏହି ସୂଚନା ସାମ୍ନାକୁ ଆସିଛି, ଯାହାର ଏକ ନକଲ ପିଟିଆଇ ପାଖରେ ରହିଛି। ଦୁବାଇରେ ଖେଳାଯିବାକୁ ଥିବା ଭାରତର ମ୍ୟାଚ୍ ପାଇଁ ଟିକେଟ୍ ଦର ଘୋଷଣା କରାଯାଇନାହିଁ।

ଯଦି ଭାରତୀୟ ଦଳ ସେମିଫାଇନାଲ ଓ ଫାଇନାଲ୍ ରେ ପହଞ୍ଚିବ, ତେବେ ଏହି ମ୍ୟାଚ୍ ଦୁବାଇରେ ମଧ୍ୟ ଖେଳାଯିବ।

ଅନ୍ୟ ସହରରେ ଟିକେଟ ଦର: କରାଚି, ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ପିସିବି ସର୍ବନିମ୍ନ ଟିକେଟ୍ ମୂଲ୍ୟ ୧୦୦୦ ପାକିସ୍ତାନୀ ଟଙ୍କା ଧାର୍ଯ୍ୟ କରିଛି।

ରାୱଲପିଣ୍ଡିରେ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ୨୦୦୦ ଟଙ୍କା ଏବଂ ସେମିଫାଇନାଲର ଟିକେଟ ମୂଲ୍ୟ ୨୫୦୦ ଟଙ୍କା (୭୭୬ ଟଙ୍କା) ରହିବ।

VVIP ଟିକେଟ୍: ସମସ୍ତ ମ୍ୟାଚ୍ ପାଇଁ ୧୨,୦୦୦ ପାକିସ୍ତାନୀ ଟଙ୍କା (୩,୭୨୬ ଭାରତୀୟ ଟଙ୍କା) ଏବଂ ସେମିଫାଇନାଲ୍ ପାଇଁ ୨୫,୦ ପାକିସ୍ତାନୀ ଟଙ୍କା (୭,୭୬୪ ଭାରତୀୟ ଟଙ୍କା)।

ପ୍ରିମିୟର ଗ୍ୟାଲେରି ଟିକେଟ୍: କରାଚି: ୩,୫୦୦ ପାକିସ୍ତାନୀ ଟଙ୍କା (୧,୦୮୬ ଭାରତୀୟ ଟଙ୍କା), ଲାହୋର: ୫,୦୦୦ ପାକିସ୍ତାନୀ ଟଙ୍କା (୧,୫୫୦ ଭାରତୀୟ ଟଙ୍କା)। ରାୱଲପିଣ୍ଡି (ପାକିସ୍ତାନ ବନାମ ବାଂଲାଦେଶ) ୭,୦୦୦ ପାକିସ୍ତାନୀ ଟଙ୍କା (୨,୧୭୦ ଭାରତୀୟ ଟଙ୍କା)।

ଟିକେଟରୁ ଆୟ: ଆଇସିସି ନିୟମ ଅନୁଯାୟୀ ଆୟୋଜକ ଦେଶ ଟିକେଟ୍ ଓ ଆତିଥେୟତା ବାକ୍ସ ବିକ୍ରିରୁ ଆୟ ରଖିଥାଏ। ଏହାବ୍ୟତୀତ ପିସିବି ଆଇସିସିଠାରୁ ହୋଷ୍ଟିଂ ଫି’ ମଧ୍ୟ ପାଇବ।

ଦୁବାଇରେ ଖେଳାଯିବାକୁ ଥିବା ଭାରତୀୟ ମ୍ୟାଚ୍ ପାଇଁ ଟିକେଟ ଓ ଆତିଥେୟତା ବାକ୍ସ ପାଇଁ ପିସିବି ଟଙ୍କା ପାଇବ। ଏମିରେଟ୍ସ କ୍ରିକେଟ ୍ ବୋର୍ଡକୁ ଗ୍ରାଉଣ୍ଡ ଭଡ଼ା ଏବଂ ପରିଚାଳନା ଖର୍ଚ୍ଚ ଭାବରେ ପ୍ରଦାନ କରାଯିବ।