fbpx

ବର୍ଷାକୁ ନେଇ ଏପରି ଉତ୍ତର ଦେଲେ ମନ୍ତ୍ରୀ ଅରୁଣ ସାହୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମରୁଡ଼ି ସମ୍ପର୍କିତ ମୁଲତବୀ ଆଲୋଚନାରେ ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ‘ଗତ ୨୦ ବର୍ଷ ଭିତରେ ରାଜ୍ୟରେ ୮ ଥର ମରୁଡ଼ି ହୋଇଛି । ଅଗଷ୍ଟ ୨୮ ସୁଦ୍ଧା ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ୍ ବର୍ଷା ଯୋଗୁଁ ୧୪ ଜିଲ୍ଲାର ୪୭ ବ୍ଳକରେ ଫସଲ ଅବସ୍ଥା ଖରାପ ଅଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି କ୍ରପ୍ ପ୍ଲାନ କରାଯାଉଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।’ ସରକାର ସର୍ବଦା ଚାଷୀମାନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଅରୁଣ ।

ଅନ୍ୟପଟେ ମନ୍ତ୍ରୀ ଉତ୍ତର ଦୁର୍ଭାଗ୍ୟଜନକ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି ବୋଲି ସେ କହିଛନ୍ତି । ଏହା ସହ ମୋହନ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇସାରିଲାଣି । ମରୁଡ଼ି ଘୋଷଣା କରାଯାଇ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା ହେଉ । ନଦୀ ଜଳ ସଂରକ୍ଷଣ ପାଇଁ ସରକାର ଟାସ୍କଫୋର୍ସ ଗଠନ କରନ୍ତୁ ବୋଲି ମୋହନ କହିଛନ୍ତି ।

Get real time updates directly on you device, subscribe now.