ବାରଙ୍ଗରେ ଟ୍ରକ୍ ସହ ପିଟିହେଲା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍

କଟକ: ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ । ଆଗଠଡ଼ରୁ ଭୁବନେଶ୍ୱର ଫେରିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ।

ବାରଙ୍ଗ ଷଣ୍ଢପୁର ନିକଟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।

ମନ୍ତ୍ରୀ ଫେରିବା ବେଳେ ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହୋଇଥିବା କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । କିନ୍ତୁ କିଛି ସମୟ ରେ ପରିସ୍ଥିତି ଶାନ୍ତ ହୋଇଯାଇଥିଲା ।