fbpx

ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି ନବୀକରଣ ପୋର୍ଟାଲର ଶୁଭାରମ୍ଭ କଲେ ମନ୍ତ୍ରୀ ପର୍‍ସୋତ୍ତମ ରୁପାଲା, ୩ ବର୍ଷ ପାଇଁ ୩୦ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧଉତ୍ପାଦନ ମନ୍ତ୍ରୀ ପର୍‍ଶୋତ୍ତମ ରୁପାଲା ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏ.ଏଚ୍‍.ଆଇ.ଡି.ଏଫ୍‍) ନବୀକରଣ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଏବଂ ଏହାର ରେଡିଓ ଜିଙ୍ଗଲ୍‍ର ପ୍ରକାଶନ କରିଛନ୍ତି । ଏହି ପାଣ୍ଠି ପ୍ରାଣୀସମ୍ପଦ କ୍ଷେତ୍ରର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଋଣ ସହାୟତା ନିଶ୍ଚିତ କରିବ ।

୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ଆଉ ୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସରକାର ୩୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ପ୍ରାଣୀସମ୍ପଦ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିଯୋଗୁଁ ଭାରତର ପ୍ରାଣୀସମ୍ପଦ କ୍ଷେତ୍ର ସଫଳତାର ସହ କାର୍ଯ୍ୟ କରିଚାଲିଛି । ସେ ମଧ୍ୟ ସମଗ୍ର ଦେଶରେ ଗୋରୁ ଓ ମଇଷିମାନଙ୍କର ପାଟିରୋଗ ଏବଂ ଫାଟୁଆ ରୋଗର ନିରାକରଣ ପାଇଁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

Get real time updates directly on you device, subscribe now.