fbpx

ମଝି ଆକାଶରେ ମନ୍ତ୍ରୀଙ୍କ ମହାନତା: ବଞ୍ଚିଗଲା ବିମାନ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ମଝି ଆକାଶରେ ମନ୍ତ୍ରୀଙ୍କ ମହନୀୟତା । ମାନବିକତା ଦେଖାଇଲେ ଓ ବିମାନ ଭିତରେ ଜୀବନ ବଞ୍ଚାଇଲେ । ଦିଲ୍ଲୀରୁ ମୁମ୍ବାଇ ।ଉଥିବା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ତେବେ ବିମାନ ଯାତ୍ରା ବେଳେ ହଠାତ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ସେ ନିଜ ସିଟରୁ ପଡ଼ି ଯାଇଥିଲେ । ହେଲେ ସେହି ବିମାନରେ କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଡ଼. ଭାଗବତ କରାଡ଼ ବି ଯାତ୍ରା କରୁଥିଲେ । ଆଉ ଯାତ୍ରୀ ଜଣକ ପଡ଼ିିବା ଦେଖି ସେ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ । ସିଟରେ ଶୁଆଇ ଦେଇ ଟ୍ରିଟମେଣ୍ଟ କରିଥିଲେ ମନ୍ତ୍ରୀ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ବି ଭାଇରାଲ ହେଉଛି । କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ କରାଡଙ୍କ କାର୍ୟ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରକ୍ତଚାପ ଯାଗୁଁ ଯାତ୍ରୀଙ୍କ ମୁଣ୍ଡ ବୁଲାଉଥିଲା। ଏହା ପରେ କରାଡ ଯାତ୍ରୀଙ୍କ ପାଖକୁ ଯାଇ ତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ । ସୂଚନା ୋଗ୍ୟ ଯେ ମନ୍ତ୍ରୀ ଜଣେ ଶିଶୁରୋଗ ବିଶେଷଜ୍ଞ ତେଣୁ ଚିକିତ୍ସା ବିଷୟରେ ତାଙ୍କର ଧାରଣା ଅଛି । ଆଉ ଖାସ ସେଥିପାଇଁ ସେ ଏହି ପ୍ରାଥମିକ ଚିକିତ୍ସା କରିଦେଲେ ବୋଲି କହିଛନ୍ତି ।

ସେପଟେ ବିମାନ ଯାତ୍ରା ବେଳେ ଅସୁସ୍ଥ ହୋଇପଡିଥିବା ସହ-ଯାତ୍ରୀଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ ବହୁଆଡ଼ୁ ୍ରଶଂସା ମିଳିଛି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡଙ୍କୁ ପ୍ରଶଂସା କରିଛନ୍ତି । ମୋ ସହକର୍ମୀଙ୍କ ଏହା ପ୍ରଶଂସନୀୟ କାମ ବୋଲି କହିବା ସାଙ୍ଗକୁ ଜଣେ ଡ଼ାକ୍ତର ସବୁବେଳେ ହୃଦୟରୁ ଡ଼ାକ୍ତର ହୋଇକି ରୁହେ ବୋଲି ମୋଦୀ କହିଛନ୍ତି । ସେହିଭଳି ମନ୍ତ୍ରୀଙ୍କ ଏ କାମ ପାଇଁ ଇଣ୍ଡିଗୋ ଟିମ୍ ବି ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.