fbpx

ହକି ମହାକୁମ୍ଭ:ସର୍ବଦଳୀୟ ବୈଠକ ପରେ କଣ କହିଲେ ମନ୍ତ୍ରୀ ଜାଣନ୍ତୁ,

ଭୁବନେଶ୍ୱର: ସର୍ବ ଦଳୀୟ ବୈଠକ ପରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱ କପକୁ ନେଇ ବହୁ ପ୍ରଶଂସା କରିଛନ୍ତି । ମହାପ୍ରଭୁଙ୍କ ଆର୍ଶୀବାଦରେ ଆଜି ଆମ ଦେଶ ଏକ ମହାଶକ୍ତିରେ ପରିଣତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ଅଲମ୍ପିକରେ ହକିରେ ବହୁ ପୂର୍ବରୁ ନିଜର ଦକ୍ଷତା ଦେଖାଇଛି। ଏହା ସହିତ ସେ କହିଛନ୍ତି ଏକ ଅଲମ୍ବିକସ୍ତରୀୟ ଖେଳ ଦୁଇ ଦୁଇ ଥର ଭାରତରେ ଆୟୋଜନ କରାଯିବା ଏକ ଉପଲବ୍ଧି ଅଟେ । ଏହା ସହିତ ସେ କହିଛନ୍ତି ଯେ ହକି ସହିତ ଓଡିଶା ମଧ୍ୟ ଜଡିତ ଅଛି ଆଉ ଓଡିଶାରେ ବିଶ୍ୱ କପ ଆୟୋଜନ ହେବା ଦ୍ୱାରା ଏହା ଓଡିଶାର ସଂସ୍କୃତି,ଟୁରିଜିମ,କଳାର ପ୍ରସିଦ୍ଧି ବଢେଇବ । ଏହା ସହ ଆହୁରୀ ମଧ୍ୟ କହିଛନ୍ତି ଭାରତ ଚଳିତ ଥର ଜି-୨୦ର ଅଧ୍ୟକ୍ଷତା କରୁଛି । ଏହା ସହିତ ବିଶ୍ୱ କପର ଆୟୋଜନ ହେବା ଦେଶ ପାଇଁ ଏବଂ ରାଜ୍ୟ ପାଇଁ ଗୌରବ କଥା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ସେହିପରି ବିଜୁ ଜନତା ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ଓଡିଶାରେ ହକି ବିଶ୍ୱ କପ ଦ୍ୱିତୀୟ ଥର ପାଇଁ ହେଉଛି ଯାହା ଆମ ପାଇଁ ଗର୍ବର ବିଷୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ଓଡିଶା ନବନିର୍ମିତ ବିଶ୍ୱର ବଡ ଷ୍ଟାଡିୟମରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଛି ଯାହା ସ୍ୱର୍ଣ୍ଣିମ ଅକ୍ଷରରେ ଇତିହାସରେ ବର୍ଣ୍ଣିତ ରହିବ । ମୁଖ୍ୟମନ୍ତ୍ରୀ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ ଆଉ ଶେଷରେ ଏହାକୁ କାର୍ଯ୍ୟରେ କରି ମଧ୍ୟ ଦେଖାଇଲେ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି ଯେ ଆଜି ଯାହା ହେଉଛି ତାହା ଉପରେ କେବଳ ପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ପାଇଁ ସମ୍ଭବ ହୋଇଛି । କେବେ କୌଣସି ସ୍ଥାନରେ ଦ୍ୱିତୀୟ ଥର ପାଇଁ ଏଭଳି ଆୟୋଜନ ହୋଇ ନାହିଁ । କିନ୍ତୁ ଓଡିଶା ମାଟିରେ ଏହା ହେଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ମଧ୍ୟ ବହୁ ଗ୍ରହଣୀୟ । ଆଜି ଆମେ ସାରା ବିଶ୍ୱରେ ଏଥି ପାଇଁ ରେର୍କଡ ହାସଲ କରି ପାରିଛୁ । ଏହା ଓଡିଆଜାତିର ଗର୍ବ ଆଉ ଗୌରବ ଅଟେ ଯେ ଏହି ମାଟିରେ ଦ୍ୱିତୀୟ ଥର ପାଇଁ ହକି ମହାକୁମ୍ଭ ଆୟୋଜିତ ହେବାକୁ ଯାଉଛି ।

Get real time updates directly on you device, subscribe now.