ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଏକ ଗ୍ରାମରୁ ଗୋଟିଏ ପ୍ରେମିକ ସେହି ଗାଁରେ ରହୁଥିବା ଗୋଟିଏ ନାବାଳିକା ଝିଅକୁ ସାଙ୍ଗରେ ନେଇ କୁଆଡେ ଫେରାର ମାରିଛି ।
ନାବାଳିକା ଝିଅଟି ଗତ ୧୮ ତାରିଖ ଦିନ ସନ୍ଧ୍ୟା ସମୟରେ ପଡ଼ିଶା ଘରକୁ ବୁଲିବାକୁ ଯାଉଛି କହି ଆଉ ଘରକୁ ଫେରି ନ ଥିଲା ।
ପୋଲିସର ଛାନଭିନ୍: ଏବିଷୟରେ ବରିବାର ବର୍ଗ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଉଭୟ ପରିବାର ଓ ପୋଲିସ ପକ୍ଷରୁ ପ୍ରେମୀଯୁଗଳଙ୍କୁ ଖୋଜାଖୋଜି ଅଭିଯାନ ଚଳାଇଛନ୍ତି । କିନ୍ତୁ ଏଯାଏଁ ସେମାନଙ୍କ କୌଣସି ପତ୍ତା ମିଳିନି ।
ମାମଲା କ’ଣ: ସୂଚନା ଅନୁସାରେ ନାବାଳିକା ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚୋରା ପ୍ରେମ ଚାଲିଥିଲା । ନାବାଳିକା ଜଣକ ତାଙ୍କ ଏହି ପ୍ରେମ ସମ୍ପର୍କକୁ ନିଜ ପରିବାର ଠାରୁ ଲୁଚାଇ ରଖିଥିଲା କିନ୍ତୁ ହଠାତ୍ ଘରୁ ଫେରାର ହେବା ପରେ ଘଟଣାଟି ସାମ୍ନାକୁ ଆସିଛି। ପ୍ରେମିକ ଜଣକ ମଧ୍ୟ ସେହି ଗ୍ରାମର ବୋଲି ଜଣାପଡ଼ିଛି।
ମାମଲା ରୁଜୁ: ପରିବାର ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଛି। ବଲାଙ୍ଗୀର ସଦର ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ଦୁଇ ଜଣ ଅନ୍ୟ କୌଣସି ଅଞ୍ଚଳକୁ ପାଳାଇ ଯାଇଥିବାର ସୂଚନା ରହିଛି।
ବର୍ତ୍ତମାନ ଏହି ଘଟଣା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ପୋଲିସ କେତେ ଶୀଘ୍ର ଏହି ଘଟଣାର ତଦନ୍ତ କରି ପୀଡ଼ିତା ପରିବାରକୁ ଉଚିତ୍ ନ୍ୟାୟ ଦେଉଛି।