ହିନ୍ଦୋଳରେ ଲଜ୍ଜା: ୭ ବର୍ଷୀୟ ନାବାଳିକାକୁ ବଳତ୍କାର ଅଭିଯୋଗ

ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଖବର ସାମ୍ନାକୁ ଆସିଛି। ଢେଙ୍କାନାଳ ହିନ୍ଦୋଳରେ ଏହି ଲଜ୍ଜା ଘଟିଥିବା ଜଣାପଡିଛି। ଏଠାରେ ଜଣେ ୭ବର୍ଷୀୟ ନାବାଳିକାକୁ ବଳତ୍କାର କରାଯାଇଥିବା ଅଭିଯୋଗ ହୋଇଛି।

ପୀଡ଼ିତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ପରିବାର ଲୋକେ। ପ୍ରଥମେ ଶିଶୁକୁ ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁଷ୍କର୍ମକାରୀଙ୍କର ଅନୁସନ୍ଧାନ କରୁଛି ପୋଲିସ।