fbpx

ପ୍ରେମ ପାଇଁ ପ୍ଲାନ୍: କେନାଲ କୂଳରେ ବ୍ୟାଗ୍ ଓ ଚପଲ ରଖି ପ୍ରେମିକ ସହ ହୋଟେଲରେ ନାବାଳିକା, ପାଣିରେ ପୋଲିସ

ଓଡ଼ିଶା ଭାସ୍କର: ୟୁପିର ମହାରାଜଗଞ୍ଜରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ନିଜ ପ୍ରମିକକୁ ଫସାଇବା ପାଇଁ କିଛି ଏମିତି କିଛି କରିଥିଲେ, ଯାହାକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା, କିନ୍ତୁ ଯେତେବେଳେ ମାମଲାର ତଦନ୍ତ କରାଗଲା ସେତେବେଳେ ସବୁକିଛି ଓଲଟ ପାଲଟ ହୋଇଗଲା। ସୋମବାର ସନ୍ଧ୍ୟାରେ ସଦର କୋତଓ୍ଵାଲି ଥାନା ଅନ୍ତର୍ଗତ ବରୱା ବିଦ୍ୟାପତି ଗ୍ରାମ ନିକଟ କେନାଲ କୂଳରେ ଜଣେ ଛାତ୍ରୀଙ୍କ ସ୍କୁଲ ବ୍ୟାଗ୍, ପରିଚୟପତ୍ର, ଓଢ଼ଣୀ, ଚପଲ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ବ୍ୟାଗ୍ ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା। ସୁଇସାଇଡ୍ ନୋଟ୍ ରେ ଛାତ୍ରୀ ଜଣକ ଲେଖିଛନ୍ତି ଯେ ମା’ ବାପା ମୋତେ କ୍ଷମା କରିଦିଅନ୍ତୁ, ମୁଁ କାହାକୁ ମୁହଁ ଦେଖାଇବାକୁ ଯୋଗ୍ୟ ନୁହେଁ। ମୋ ପ୍ରେମିକ ଅଙ୍କିତ୍ ମୋତେ ଶୋଷଣ କରିଥିଲେ ଏବଂ ମୋତେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବର୍ତ୍ତମାନ ସେ ଅନ୍ୟତ୍ର ବିବାହ କରୁଛନ୍ତି, ତେଣୁ ମୋର ବଞ୍ଚିବାର କୌଣସି ଅଧିକାର ନାହିଁ ଏବଂ ମୁଁ ମରିବାକୁ ଯାଉଛି। ଛାତ୍ରୀ ଜଣକ ଏକାଦଶ ଶ୍ରେଣୀରେ ପଢୁଥିଲେ।

ସୁଇସାଇଡ୍ ନୋଟ୍ ମିଳିବା ପରେ ସ୍ଥାନୀୟ ପୋଲିସ ପିଏସି ଓ ଡାଇଭରଙ୍କ ସହାୟତାରେ କେନାଲରେ ନାବାଳିକାଙ୍କୁ ଖୋଜାଖୋଜି କରୁଥିଲା, କିନ୍ତୁ ଏହି ସମୟରେ ପୋଲିସକୁ ସୁରାକ ମିଳିବା ପରେ ପୋଲିସ ଶ୍ୟାମଦେବ ଥାନା ଅଞ୍ଚଳର ଏକ ହୋଟେଲରୁ ନାବାଳିକା ଓ ଜଣେ ପୁଅକୁ ଗିରଫ କରିଥିଲା। ମିଳିଥିବା ସୁଇସାଇଡ୍ ନୋଟ୍ ଆଧାରରେ ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ଅଙ୍କିତଙ୍କ ପିତା-ମାତାଙ୍କୁ ପଚରାଉଚରା ଆରମ୍ଭ କରିଛି ପୋଲିସ। ସେପଟେ ହୋଟେଲରୁ ଉଦ୍ଧାର ହୋଇଥିବା ନାବାଳିକାଙ୍କ ସହ ଅନ୍ୟ ଜଣେ ପ୍ରେମିକଙ୍କୁ ପୋଲିସ ମଧ୍ୟ ପଚରାଉଚରା କରୁଛି।

 

 

 

 

 

Get real time updates directly on you device, subscribe now.