ଜେଜେଙ୍କ ବନ୍ଧୁକ ନେଇ IPL ମ୍ୟାଚ ଦେଖୁଥିଲା ନାବାଳକ, ବାହାରିଗଲା ଗୁଳି, ଜଣେ ଛାତ୍ର ମୃତ
ଆଇପିଏଲ ମ୍ୟାଚ ଦେଖିବା ସମୟରେ ଗୁଳିକାଣ୍ଡ, ବି ଫାର୍ମା ଛାତ୍ରଙ୍କର ଚାଲିଗଲା ପ୍ରାଣ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆଇପିଏଲ ମ୍ୟାଚ ଦେଖିବା ସମୟରେ ଜଣେ ନାବାଳକ ହାତରେ ଧରିଥିବା ବନ୍ଧୁକରୁ ଗୁଳି ବାହାରିଯାଇଛି।
ଏଥିରେ ମ୍ୟାଚ ଦେଖୁଥିବା ଜଣେ ୧୮ ବର୍ଷୀୟ ବି ଫାର୍ମାର ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ପଡୋଶୀ ଥିଲେ। ଏହି ଘଟଣା ପରେ ହଇଚଇ ସୃଷ୍ଟି ହୋଇଛି।
ଜେଜେଙ୍କ ବନ୍ଧୁକ ନେଇ ଦଖେିଥିଲେ ମ୍ୟାଚ: ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ପୋଲିସ ଏହାର ସୂଚନା ଦେଇ କହିଛନ୍ତି ଯେ, ଏହି ବାଳକଜଣଙ୍କ ଜେଜେ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ନେଇ ଆଇପିଏଲ ମ୍ୟାଚ ଦେଖୁଥିଲେ।
ସେତେବେଳେ ସେ ଭୁଲରେ ବନ୍ଧୁକର ଟ୍ରିଗର ଦବାଇଦେଇଥିଲେ। ଏହି ଗୁଳି ମ୍ୟାଚ ଦେଖୁଥିବା ଯୁବକଙ୍କ ଦେହରେ ବାଜିଥିଲା।
ଗୁଳି ଶବ୍ଦ ଶୁଣି ଆଖପାଖର ଲୋକେ ଧାଇଁ ଆସିଲେ। ଯୁବକଙ୍କୁ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଘଟଣାସ୍ଥଳରେ ଯୁବକଙ୍କର ମୃର୍ୟୁ ଘଟିଛି।
ପୋଲିସ ଏହି ମାମଲାରେ ନାବାଳକ ଯୁବକଙ୍କୁ ହେପାଜତରେ ନେଇ ପଚରାଉଚରା କରୁଛି। ଏଥିସହ ଘଟଣାସ୍ଥଳରୁ ବନ୍ଧୁକକୁ ଜବତ କରିଛି ପୋଲିସ।