ଖାନନଗର ହନୁମାନ ମନ୍ଦିରରୁ ଚୋରି, ଠାକୁରଙ୍କ ମୁକୁଟ ନେଇଗଲେ ଦୁର୍ବୃତ୍ତ

କଟକ: ନୂଆବର୍ଷର କିଛିଦିନ ପରେ ମନ୍ଦିରରୁ ଚୋରି । ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ କିଛି ଦୁର୍ବୃତ୍ତ ଚୋରି କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଲଙ୍କାର ଚୋରି କରିଥିବା ଅଭିଯୋଗ ହୋଇଛି । ଖବର ପାଇ ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଦିନକୁ ଦିନ ମନ୍ଦିରରୁ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଭଳି ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଭଳି ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ପ୍ରଶାସନ କେତେ ଦୂର ସମ୍ଭବ ହେଉଛି ।