fbpx

(Video) ଅଭାବନୀୟ; ଭଉଣୀର ପାଲିଙ୍କି ଉଠିବା ପୂର୍ବରୁ ଉଠିଲା ଭାଇର କୋକେଇ

ଚିତ୍କାର କରି କାନ୍ଦୁଛି ବାପା… ହୋଇଥାନ୍ତା ଭଉଣୀର ବାହାଘର କିନ୍ତୁ ଚାଲିଗଲା ଭାଇର ଜୀବନ । ଭାଇକୁ ରାତିରେ ଘରୁ ଡ଼ାକି ହତ୍ୟା କରିଛନ୍ତି । ଛଟପଟ ହୋଇ କାନ୍ଦୁଛି ବାପା… କାନ୍ଦିବେନି ବା କେମିତି, ନିଜ ପୁଅକୁ ହରାଇଛନ୍ତି ସେ । ରାତିରେ କେହି ହତ୍ୟା କରିଛି ତାଙ୍କ ପୁଅକୁ ।

ଏଭଳି  ଘଟଣା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିସିଲୋ ଗ୍ରାମରେ । ମୃତ ଯୁବକ ଜଣକ ହେଉଛନ୍ତି ସିସିଲୋ ଗ୍ରାମର ପ୍ରମୋଦ ଓଝାଙ୍କ ପୁଅ ଆଶିଷ ଓଝା ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଆଶିଷଙ୍କ ଫୋନକୁ ବାରମ୍ବାର ଫୋନ୍ ଆସିଥିଲା ଆଉ ସେ ଟିକେ ଆସୁଛି କହି ବାହାରିଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ରାତିରେ ଅନେକ ଖୋଜିଥିଲେ ମଧ୍ୟ ଆଶିଷଙ୍କୁ ହେଲେ ମିଳିନଥିଲେ ଆଶିଷ ।

ସକାଳୁ ସ୍ଥାନୀୟ ଲୋକ ନଦୀକୁ ଗାଧୋଇବାକୁ ଯିବା ସମୟରେ ମୃତଦେହଟି ବିଲରେ ପଡିଥିବା ଦେଖିବାକୁୂ ପାଇଥଲେ  । ପରେ ପୋଲସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହିଁଚି ତଦନ୍ତ ଆରମ୍ଭ କରିଛି । ତେବେ ଆଶିଷଙ୍କୁ ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି ।

କୁହାଯାଉଛି ଏକାତରଫା ପ୍ରେମକୁ ନେଇ ଭାଇକୁ ହତ୍ୟା କରିଛି ରାଜା ନାମକ ଜଣେ ଯୁବକ । ଆଶିଷଙ୍କ ଭଉଣୀଙ୍କୁ ଏହି ଯୁବକ ଏକତରଫା ପ୍ରେମ କରି ହଇରାଣ କରୁଥିଲା । ଆଉ ଯେତେବେଳେ ଆଶିଷଙ୍କ ଭଉଣୀଙ୍କ ଅନ୍ୟତ୍ର ବିବାହ ହେଉଥିବା ଦେଖି ବୋଧ ହୁଏ ଏପରି ଘଟାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.