ବନ୍ଦ ହେବ ବ୍ଲୁ ସ୍ମାର୍ଟ କ୍ୟାବ, ଠକେଇ କଲେ ପ୍ରମୋଟର… ଟ୍ୱିଟରେ ବର୍ଷିଲେ ୟୁଜର୍ସ
ଷ୍ଟାଟଅପ୍ କମ୍ପାନୀ ବ୍ଲୁସ୍ମାର୍ଟ କମ୍ପାନୀ ଓ ଜେନ୍ସୋଲ ଇଞ୍ଜିନିୟରିଂ କମ୍ପାନୀ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ପ୍ରତିଷ୍ଠାତା ଅନମୋଲ ସିଂହ ଯୋଗୀ ଓ ପୁନିତ ସିଂହ ଯୋଗୀ କମ୍ପାନୀ ଅର୍ଥକୁ ନିଜ ବ୍ୟକ୍ତିଗତ ବ୍ୟବହାର ରେ ଲଗାଇଥିବା ଭଳି ଅଭିଯୋଗ ଆସିଛି।
ନୂଆଦିଲ୍ଲୀ: କର୍ପୋରେଟ ଜଗତରେ ଝଡ଼। ଷ୍ଟାଟଅପ୍ କମ୍ପାନୀ ବ୍ଲୁସ୍ମାର୍ଟ କମ୍ପାନୀ ଓ ଜେନ୍ସୋଲ ଇଞ୍ଜିନିୟରିଂ କମ୍ପାନୀ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ପ୍ରତିଷ୍ଠାତା ଅନମୋଲ ସିଂହ ଯୋଗୀ ଓ ପୁନିତ ସିଂହ ଯୋଗୀ କମ୍ପାନୀ ଅର୍ଥକୁ ନିଜ ବ୍ୟକ୍ତିଗତ ବ୍ୟବହାର ରେ ଲଗାଇଥିବା ଭଳି ଅଭିଯୋଗ ଆସିଛି।
ଅଭିଯୋଗ ଆଣିଛି ନିଜେ ସେବା ଓ ପ୍ରଭୁତି ବିନିମୟ ବୋର୍ଡ ବା ଝଋଈଓ। ନିଜେ ସେବି ଏଭଳି ଅଭିଯୋଗ ଆଣିବା ପରେ ଏବେ କର୍ପୋରେଟ ଜଗତରେ ଝଡ଼ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିଭଳି ନୂଆ କମ୍ପାନୀ ସମୂହ ସ୍ୱାର୍ଥକୁ ବାକି ଦେଇ ପାରନ୍ତି ତାର ଉଦାହରଣ ଦେଖିବାକୁ ମିଳିଛି।
ଏଭଳି କାରନାମା ଜଣା ପଡ଼ିବା ପରେ ଉଭୟ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ସେବି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଆର୍ଥିକ ପରିଚାଳନାରେ ଅନିୟମିତତାକୁ ସହ୍ୟ କରିବା ସ୍ଥିତିରେ ନାହିଁ ସେବି।
ନିଜ ନୂଆ ଇଲେକ୍ଟ୍ରି କ୍ୟାବ୍ ଷ୍ଟାର୍ଟ ଅପ୍ ପାଇଁ ଜଣାଶୁଣା ବ୍ଲୁ-ସ୍ମାର୍ଟ କ୍ୟାବ ଏବେ ନିଜର ବିଶ୍ୱସନୀୟତା ହରାଇବାର ଲାଗିଛି। ଭାରତ ସରକାରଙ୍କ ଠାରୁ ଅର୍ଥ ସହାୟତା ହାତେଇବା ରେ ସକ୍ଷମ ହୋଇଥିଲା gensol engineering limited ଓ blue smart cab।
ନିଜର କାର୍ଯ୍ୟ ଶୈଳୀ ଓ ପ୍ରଯୁକ୍ତି ବିଦ୍ୟା ରେ ସଠିକ୍ ଉପଯୋଗ ପାଇଁ electric vehicle କୁ ମଧ୍ୟ ସାରା ବିଶ୍ୱରେ ପରିଚିତ କରାଇବାରେ ସଫଳ ବି ହୋଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ଠାରୁ ମିଳିଥିବା ଅର୍ଥକୁ ନିଜ ବ୍ୟବହାର ରେ ଲଗାଇ ନିନ୍ଦିତ ହୋଇଛି ଏହି ଦୁଇ start-up company।
Sebi , ର ସୂଚନା ଅନୁସାରେ ଜେନ୍ସୋଲ୍ ଲିମିଟେଡ ନିଜର startup ପାଇଁ ଭାରତୀୟ ନବୀକରଣ ଯୋଗ୍ୟ ଉନ୍ନୟନ ସଂସ୍ଥା ଓ ପାୱାର ଫାଇନାନ୍ସ କମ୍ପାନୀ ଠାରୁ ପ୍ରାୟ ୬୪୦୦ଇଭି କିଣିବା ପାଇଁ ଅର୍ଥ ଆଣିଥିଲା। କିନ୍ତୁ ତାହା କେବଳ କାଗଜ ପତ୍ର ରେ ସୀମିତ ଥିଲା। ଅର୍ଥ ହାତକୁ ଆସିବା ପରେ ମାତ୍ର ୪୭୦୪ଇଭୀ କିଣିଥିଲେ ଏହି ଦୁଇ କମ୍ପାନୀ। ପ୍ରାୟ ୨୬୨କୋଟି ଟଙ୍କା ଆତ୍ମସାତ କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ।
ସବୁଠାରୁ ସାଙ୍ଘାତିକ କଥା ହେଲା ଜାଲ କାଗଜ ପତ୍ର ପ୍ରସ୍ତୁତ କରି ଏହି ଟଙ୍କାକୁ ସେମାନେ real estate ଓ ଅନ୍ୟ କିଛି ବ୍ୟକ୍ତିଗତ ବ୍ୟବସାୟ ରେ ଲଗାଇଥିଲେ। କିନ୍ତୁ ଏହା sebi ର ଆର୍ଥିକ ନିୟମକୁ ବିରୋଧ କରିଥିବାରୁ ଉଭୟ ଏବେ କଡା କାର୍ଯ୍ୟାନୁଷ୍ଠାନ ରେ ସମ୍ମୁଖୀନ ହେବାକୁ ଯାଉଛନ୍ତି
ଏଭଳି ପରିସ୍ଥିତି ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ଜଣେ ଟୁଇଟରରେ ଲେଖିଛନ୍ତି ଏହା ଅତ୍ୟନ୍ତ ଲଜ୍ୟଜନକ।ପଇସା ମିଳିଲେ ଏମାନଙ୍କ ଭିତରେ ଲୋଭ ପଳେଇ ଆସୁଛି। Startup ପାଇଁ ଏମାନେ ଯୋଗ୍ୟ ନୁହନ୍ତି। ଦୀର୍ଘ ମିଆଦି ବ୍ୟବସାୟ କଥା ଏମାନେ ଭାବି ବି ପାରୁ ନାହାଁନ୍ତି। ଏମାନେ ଲୋଭି ଆଉ ଯୋକର ଭଳି ବ୍ୟବହାର କରୁଛନ୍ତି।
What a shame… BluSmart goes down thanks to yet another case of Founders diverting funds for personal use…
Indian Founders need to do some serious soul searching… Most of these Startup bros are a classic case of sharp minds with a business idea, raising money on astronomical…— Rajiv Talreja (@rajivtalreja) April 16, 2025
ଆଉ ଜଣେ ଲେଖିଛନ୍ତି ଆର୍ଥିକ ପରିଚାଳନା ଗତ ସମସ୍ୟା ଯୋଗୁ ଆଉ ଏକକ ଭଲ ପୃତିଶୃତି ବହନ କରୁଥିବା startup company ବୁଡ଼ିବାକୁ ଯାଉଛି।
Really sad to see another promising startup struggle due to financial mismanagement—integrity matters more than ever in the ecosystem
— Dr Ashish Juneja, PhD (@iashishjuneja) April 16, 2025