ତେଲଙ୍ଗାନାରେ ହେବ ବିଶ୍ୱର ସବୁଠାରୁ ବଡ଼ ସୁନ୍ଦରୀ ପ୍ରତିଯୋଗିତା, ବ୍ୟାପକ ପ୍ରସ୍ତୁତି ଆରମ୍ଭ

ତେଲଙ୍ଗାନାରେ ହେବ ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ ପ୍ରତିାଯୋଗିତା । ଖର୍ଚ୍ଚ ହେବ ଏତିକି କୋଟି ଟଙ୍କା ।

ହାଇଦ୍ରାବାଦ୍: ତେଲଙ୍ଗାନାରେ ଅନୁଷ୍ଠିତ ହେବ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଆସନ୍ତା ମେ’ ୭ରୁ ୩୧ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ । ଯାହାକୁ ନେଇ ରାଜ୍ୟରେ ଜୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତବର୍ଷ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନଶନରେ ଅନୁଷ୍ଠିତ ହୋଇଥିଲା ।

ବ୍ୟାପକ ବ୍ୟବସ୍ଥା: ଏ ନେଇ ତେଲଙ୍ଗାନା ପର୍ଯ୍ୟଯନ ବିଭାଗ ଏବଂ ମିସ୍ ୱାର୍ଲ୍ଡ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମ ନେଇ ଖର୍ଚ୍ଚ ହେବାକୁ ଥିବା ମୋଟ ଟଙ୍କାର ୫୦% ସରକାର ବହନ କରିବେ ବୋଲି ଜଣାପଡ଼ିଛି । ପାଖାପଖି ୨ ୭ କୋଟି ଟଙ୍କାର ରାଜସ୍ୱ ଅର୍ଥ ଏ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ ।

ସରକାର ସବୁ ଖର୍ଚ୍ଚ କରିବେନି: ଗତଥର ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଜିତିଥିଲେ, ଚେଜ୍ ରିପବ୍ଲିକର ପିଜକୋଭା । ତେବେ ପୁଣିଥରେ ଭାରତରେ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ଭାରତରେ ହେବା ନେଇ ଖୁସି ଜାହିର କରିଛନ୍ତି ପିସକୋଭା । ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ ବଛାଯାଇପାରି ନାହିଁ ।

୨୫ ଦିନ ଧରି ଚାଲିବାକୁ ଥିବା ଏ କାର୍ଯ୍ୟକ୍ରମରେ ମୋଟ ୫୪ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଖବର ପ୍ରକାଶ ପାଇଛି । ଏହା ଜରିଆରେ ରାଜ୍ୟର କଳା ସହସ୍କୃତି, ଐତିହ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥର ନନ୍ଦିନୀ: ଏଥରକ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନନ୍ଦିନୀ ଗୁପ୍ତା । ୨୦୨୩ରେ ସେ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ମୁକୁଟ ଜିତିସାରିଛନ୍ତି । ନନ୍ଦିନୀଙ୍କ ଘର ରାଜସ୍ଥାନରେ । ମୁମ୍ବାଇର ଲାଲା ଲଜପତ ରାୟ କଲେଜରେ ନନ୍ଦିନୀ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ କରୁଛନ୍ତି ।

ସେ କହିଛନ୍ତି, ଆଇ ଲଭ୍ ଇଣ୍ଡିଆନ୍ ସ୍ପାରକେଲ । ଗତବର୍ଷ ମଧ୍ୟ ବେଶ୍ ସୁନ୍ଦର ଭାବେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଭାରତରେ ବହୁତ ଗୁଡ଼ିଏ ଜିତିଷ ଦେଖିବା ଯୋଗ୍ୟ । ହିନ୍ଦୁ ମନ୍ଦିର ବୁଲିବା ପରେ ତାଙ୍କୁ ଆତ୍ମ ସନ୍ତୋଷ ଲାଭ ହୋଇଛି, ଯାହାର ଅନୁଭୂତି ବେଶ୍ ଚମକ୍ରାରୀ ବୋଲି ସେ କହିଛନ୍ତି ।