ପୁରୀ: ରାଜ୍ୟରେ ମାତିଛନ୍ତି ପିଲାଚୋର । କିଛିଦିନ ପୂର୍ବରୁ ପୁରୀ ଡେଲାଙ୍ଗରୁ ନିଖୋଜ ହୋଇଥିବା ନାବାଳକଙ୍କ ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିଖୋଜର ୭ ଦିନ ପରେ ଆର୍ଶୀବାଦଙ୍କ ମୃତଦେହ ମିଳିଛି । ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ବାପି ସାହୁଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ନିଆଯାଇଛି ।
ସୂଚନା ମୁତାବକ, ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷ ବୟସ୍କ ପୁଅ ଆଶୀର୍ବାଦ ଖେଳୁଥିବା ସମୟରେ ଗାଁ ଦାଣ୍ଡରୁ ନିଖୋଜ ହୋଇଥିଲେ । ୧୫ ତାରିଖରୁ ଆର୍ଶୀବାଦ ନିଖୋଜ ଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ୍ ସନ୍ଧାନ ଚଳାଇଥିଲା ।