ଭୁବନେଶ୍ୱର, ୨୩ା୨(ଓଡିଶା ଭାସ୍କର): ହୁ ହୁ ହୋଇ ବଢିଚାଲିଛି ପ୍ରେଟ୍ରୋଲ ଓ ଡ଼ିଜେଲ ଦର । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ସାଇକେଲରେ ଆସିଛନ୍ତି । ତାଙ୍କ ସହ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ସାଇକେଲରେ ଆସିଛନ୍ତି ।
ତେବେ ତୈଳ ଦର ଲଗାତାର ୧୨ ଦିନ ବୃଦ୍ଧି ପାଇବା ପରେ ୨ ଦିନ ଅପରିବର୍ତ୍ତିତ ରହିଥିଲା । ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୪୩ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ୧୫ ଦିନ ମଧ୍ୟରେ ତୈଳ ଦର ୩ ଟଙ୍କା ୯୮ ପଇସା ବଢ଼ିଛି ।