fbpx

Video; ଥାନାରେ ପଶି ପୋଲିସକୁ ବହେ ଶୁଣାଇଲେ ବିଧାୟକ, ବନ୍ଦ ହୋଇଗଲା ବାବୁଙ୍କ ମୁହଁ

Advertisement

ଜଗତସିଂହପୁର: (ଓଡ଼ିଶା ଭାସ୍କର) ପୋଲିସ ପୁରା ଚୁପ ବହେ ଝାଡ଼ିଲେ ବିଧାୟକ। କହିଲେ କାମ କରିବାରେ ଇଛା ନାହିଁ କାହିଁକ ରହିଛ। ଅବ୍ୟବସ୍ଥାକୁ ନେଇ ପୋଲିସ ବାବୁଙ୍କୁ ଉପରେ ବର୍ଷିଲେ ପୋଲି ବାବୁଙ୍କ ମୁହଁ ପୁରା ବନ୍ଦ ହୋଇଗଲା। “ଏମିତି କାମ କଲେ ଚଳିବ ନାହିଁ। ସାଧାରଣ ଲୋକଙ୍କୁ ସହଯୋଗ କରିବା ବଦଳରେ ହଇରାଲ କରୁଛ। ତୁମେ ମାନଙ୍କର ଆଉ କାମ କରିବାକୁ ଇଛା ନାହିଁ। ତୁମରି ମାନଙ୍କ ପାଇଁ ପୋଲିସ ଉପରୁ ସମସ୍ତଙ୍କର ବିଶ୍ୱାସ ଉଠି ଗଲାଣି। ଯଦି ଏଫଆଇଆର ଲେଖିବାକୁ କାଗଜ ନାହିଁ ତାହା ହେଲେ ନିଅ ପ୍ୟାକେଟ ପ୍ୟାକେଟ କାଗଜ। ଆଉ ଏବେ ଏଫ୍‌ଆଇଆର ଲେଖ।”

ନ୍ୟାୟ ବ୍ୟବସ୍ଥାରେ ଅବହେଳା। କାଗଜ ନାହିଁ କହି ଏଫଆଇଆର ଲେଖିଲେ ନାହିଁ ପୋଲିସ ବାବୁ। ଯାହାପରେ ବିଳମ୍ବିତ ରାତିରେ ଥାନାରେ ପଶି ଏମିତି କହିଲେ ବିଧାୟକ ବାବୁ। ପୋଲିସ ବାପୁଙ୍କ ମୁହଁ ପୁରା ବନ୍ଦ ହୋଇଗଲା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଥାନାରେ। ବିଧାୟକଙ୍କର ନାମ ହେଉଛି ବିଧାୟକ ଅମରେନ୍ଦ୍ର ଦାସ। ଇଏ ବିଜେଡି ସରକାର ନୁହେଁ। ଇଏ ହେଉଛି ବିଜେପି ସରକାର। ଇଏ ସରକାରରେ ଅନ୍ୟାୟ ହେବ ନାହିଁ। ସେଥିପାଇଁ ତ ପୋଲିସକୁ ବହେ କଥା ଶୁଣାଇଛନ୍ତିି ବିଧାୟକ ଅମରେନ୍ଦ୍ର ଦାସ। ଏଫଆଇଆର ନଲେଖିବାରୁ ରାତି ଅଧିରେ ଥାନାକୁ ଯାଇଛନ୍ତି ଆଉ ତାଗିଦ କରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ କାଠିଆ ପଡା ଗାଁର ବିଜୟ ମହାନ୍ତି ନାମକ ଏକ ଅଭିଯୋଗକାରୀ ଜଗତସିଂହପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ମାତ୍ର ଅଭିଯୋଗ ଲେଖିବା ପାଇଁ ଥାନାରେ କାଗଜ ନଥିବା କହି ଜଣେ ପୋଲିସ ଅଫିସର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ। ସେହି ସମୟରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ତାଙ୍କ ବ୍ୟକ୍ତିଗତ କାମରେ ଥାନାକୁ ଯାଇଥିବା ବେଳେ ଏହି ଘଟଣାକୁ ଜାଣିଥିଲେ।

ପରେ ଅମରେନ୍ଦ୍ର ପୋଲିସଙ୍କୁ ତାଗିଦ କରିବା ସହିତ ଅଭିଯୋଗ ଲେଖିବାକୁ କିଛି ପ୍ୟାକେଟ କାଗଜ ଓ କଲମ ଦେଇଥିବା ଦେଖାଯାଇଛି। ଅନ୍ୟପଟେ ବିଧାୟକ କହିଛନ୍ତି କେବଳ ଗୋଟିଏ ନୁହେଁ ବରଂ ସବୁ ଥାନା ଲୋକଙ୍କୁ ସହଯୋଗ କରିବା ଆବଶ୍ୟକ। ସେପଟେ ବିଜେପି ସରକାର ଆସିବା ପରେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଆରମ୍ଭ ହେଉଛି। ଅବହେଳା କରୁଥିବା ପୋଲିସ କର୍ମଚାରୀଙ୍କ ଉପରେ ଠୋସ ପଦକ୍ଷେପ ନିଆଯାଉଛି।

Get real time updates directly on you device, subscribe now.