fbpx

ବିଧାୟକ ଗୁରମିତ ସିଂହଙ୍କ ପରଲୋକ: ବିଧାନସଭା ନିର୍ବାଚନର ୧୦ ଦିନ ପୂର୍ବରୁ ଆଖି ବୁଜିଲେ କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ପୂର୍ବରୁ ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ଓ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ୨୦ଟି ଆସନ ପାଇଁ ମତଦାନ ସରିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବିଧାୟକଙ୍କ ପରଲୋକ ଘଟିଛି ।

ସୂଚନା ମୁତାବକ, ଆସନ୍ତା ୨୫ ତାରିଖରେ ରାଜ୍ୟ ବିଧାନସଭାର ୨୦୦ଟି ଆସନ ନିମନ୍ତେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ଆଉ ମାତ୍ର ୧୦ ଦିନ ବାକି ଥିବାବେଳେ ଏହା ମଧ୍ୟରେ କଂଗ୍ରେସର ଜଣେ ପ୍ରାର୍ଥୀଙ୍କର ପରଲୋକ ଘଟିଛି । କଂଗ୍ରେସ ବିଧାୟକ ଗୁରମିତ ସିଂହ କୁନର ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗୁରମିତ କରଣପୁର ଆସନର ବିଧାୟକ ରହିଥିବା ବେଳେ ଚଳିତ ଥର ସେ ଉକ୍ତ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଗତ ୪ ତାରିଖରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଗୁରମିତଙ୍କୁ ୭୫ ବର୍ଷ ହୋଇଥିବା ବେଳେ ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ କିଛିଦିନ ହେଲା ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିର୍ବାଚନ ପ୍ରଚାର ସମୟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୧୨ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରମିତଙ୍କ ବିୟୋଗ ପରେ କରଣପୁର ଆସନରେ ଏବେ ଉପନିର୍ବାଚନ ହେବ ବୋଲି କୁହାଯାଉଛି । ୨୦୧୮ରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଜିତିଥିଲେ ଓ ମନ୍ତ୍ରୀ ହୋଇଥିଲେ । ସେ ବିଜେପିର ସୁରେନ୍ଦ୍ର ସିଂହ ଓ ପୃଥୀବାଲ ସିଂହ ସନ୍ଧୁଙ୍କୁ ପରାସ୍ତ କରିଥିଲେ ।

Get real time updates directly on you device, subscribe now.