ରାଜା ଚକ୍ର ପରେ ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ପାଳି ! ଖଣିଜ ପଦାର୍ଥ ଚୋରିକୁ ନେଇ ବିଜେଡିର ଅଭିଯୋଗ ପରେ ଜବାବ ରଖିଲେ MLA ହିମାଂଶୁ
ଭୁବନେଶ୍ୱର: ରାଜ୍ୟରେ ଖଣିଜ ପଦାର୍ଥ ଚୋରି ପ୍ରସଙ୍ଗକୁ ନେଇ ବିଜେଡିର ଅଭିଯୋଗ ଉପରେ ଆଜି ଜବାବ୍ ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ସେ କହିଛନ୍ତି ଯେ, ପୂର୍ବ ସରକାର ରକ୍ଷକ ହୋଇ ଭକ୍ଷକ ସାଜିଥିଲେ। ଚୋରି ଲୁଚାଇବା ପାଇଁ ଧର୍ମଶାଳାର ପୂର୍ବତନ ବିଧାୟକ ଯୋଜନା କରୁଛନ୍ତି। ରାଜା ଚକ୍ର ପରେ ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ପାଳି ପଡିବ । କୌଣସି ବି ଜଣେ ଖଣି ଚୋର ମୋହନ ସରକାରରେ ଖସି ଯିବେନି ।
ସେ ଦେଇଥିବା ରିପୋର୍ଟ ଅନୁସାରେ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବହୁଚର୍ଚ୍ଚିତ ଡ଼ଙ୍କାରୀ, ରାହାଡ଼ପୁର, ବିଛାଖଣ୍ଡି, ବାଘୁଆ, ଅଂଜିରା, କୁସୁନପୁର, ବାଜବାଟି ଏବଂ ଆରୁହାରେ ବିଗତ ସରକାରରେ Revenue Deptt. ଦ୍ୱାରା ୭୦-୮୦ ଟି ଖଣି ମାଫିଆ ଏବଂ ଠିକାଦାରଙ୍କ ହାତକୁ ଟେକି ଦିଆଯାଇଥିଲା ।
ବଡ଼ ର୍ଦୁଭାଗ୍ୟ ଏବଂ ଦୁଃଖର କଥା କି, ଖଣି ମାଫିଆ ମାନେ Revenue Deptt. ଦେଇଥିବା ଉତୋଳନର ପରିମାଣ sqrt(6 deg) ନିର୍ଦ୍ଧାରିତ ସୀମାକୁ ଭୁଲିଯାଇଥିଲେ । ବିଗତ ସରକାରରେ ଥିବା ସ୍ଥାନୀୟ ପୂର୍ବତନ ବିଧାୟକ sqrt(6 deg) ତାଙ୍କର ଅନ୍ୟ ନେତାମାନେ ସମସ୍ତେ ମିଶି ମନଇଚ୍ଛା ତାଡ଼ି ଖୋଳି ହଜାର ହଜାର କୋଟି ଟଙ୍କାର କଳାପଥର ଓଡ଼ିଶା sqrt(6 deg) ଓଡ଼ିଶା ବାହାରକୁ ରପ୍ତାନୀ କରୁଥିଲେ sqrt(6 deg) । ସେଠାରେ ଥିବା ବହୁଳ ଜଙ୍ଗଲ ଜମିକୁ ତାଡ଼ି ଗଭୀର କରି ୬୦୦-୭୦୦ ଫୁଟ୍ ଜଙ୍ଗଲ ଜମିକୁ ଧ୍ବଂସ କରିଦେଲେ ।
ମୁଁ ଗୃହକୁ ଆସୁଥୁବା ଏବଂ ନିର୍ବାଚନରେ ହାରିଥିବା ବିଧାୟକମାନଙ୍କୁ ଅନୁରୋଧ କରୁଛି ଏହି ଖଣିମାଫିଆ ମାନଙ୍କୁ ଘଂଟ ଘୋଡ଼େଇ ଲୁଚେଇ ରଖୁବା ବନ୍ଦ କରନ୍ତୁ ଏବଂ ତାଙ୍କ ଉପରେ ଲଗାଯାଇଥବା ଜୋରିମନା ଆଦାୟ କରିବାରେ ସରକାରଙ୍କୁ ସହଯୋଗ କରନ୍ତୁ ।
ମୁଁ ଗୃହରେ ପୁର୍ନବାର କହିବାକୁ ଚାହେଁ ଆମ ସରକାର ଏହି ମାଫିଆ ମାନଙ୍କୁ ତୁରନ୍ତ ଗିରଫ କରି କଳାଧନ ରାଜକୋଷକୁ ଫେରିବା ସହ କେବଳ ଧର୍ମଶାଳା ନୁହେଁ ସାରା ଓଡ଼ିଶାର Minor & Major Mineral ଗୁଡ଼ିକ ଆଇନ୍ ଅନୁଯାୟୀ ଟେଣ୍ଡର କରି ସରକାରଙ୍କ ରାଜସ ବୃଦ୍ଧି କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ଗତ ସରକାରରେ ପୂର୍ବତନ ବିଧାୟକ ମୋଟା ଅଙ୍କର ଟଙ୍କା ନେଉଥିଲେ ଯାହାକି ଏବେ ବନ୍ଦ ହୋଇଯାଇଛି । ସେଥିପାଇଁ ଭ୍ରମିତ କରାଯାଉଛି । ମୋହନ ମାଝୀ ସରକାରରେ କୌଣସି ନୂଆ ଟେଣ୍ଡର ହୋଇନି । ସବୁ ଖଣି ଚୋର ବନ୍ଧା ହେବେ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କହିଛନ୍ତି ।