୮ ମାସ ମଧ୍ୟରେ ୬ ମୁଣ୍ଡ ନେଲାଣି ମୋ ବସ୍, ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା
୮ ମାସରେ କଟକ, ପୁରୀ, ଭୁବନେଶ୍ୱରେ ୬ ମୁଣ୍ଡ ନେଇଛି ମୋ ବସ୍
ଭୁବନେଶ୍ୱର: ୮ ମାସ ମଧ୍ୟରେ କଟକ, ପୁରୀ, ଭୁବନେଶ୍ୱରେ ୬ ମୁଣ୍ଡ ନେଇଛି ‘ମୋ ବସ୍’। ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
୨୦୨୪ ଜୁନ୍ ଠାରୁ ଏପର୍ଯ୍ୟନ୍ତ ୧୯ଟି ଦୁର୍ଘଟଣା ଘଟିଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର ଟଙ୍କା ଦିଆଯାଇଛି।
୧୦ ବର୍ଷରେ ହାତୀ ନେଇଛି ୧୨୦୯ ମୁଣ୍ଡ: ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକେ ପ୍ରାଣ ହରାଇଛନ୍ତି। ଗତ ୧୦ ବର୍ହରେ ମୋଟ୍ ୮୮୮ଟି ହାତୂ ମୃତ୍ୟୁବରଣ କରିଛନ୍ତି।
ଶିକାରରେ ୩୩, ଯୋଜନାବଦ୍ଧ ଭାବେ ୧୬, ରୋଗରେ ୩୦୬ ହାତୀ ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ-ରେଳ ଦୁର୍ଘଟଣାରେ ୩୭ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଧାନସଭାରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ରଖିଛନ୍ତି।