fbpx

ଆଜି ଭୁବନେଶ୍ୱରରେ ଗଡୁନି ‘ମୋ ବସ୍’, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ବି ଆଜି ରାଜଧାନୀ ଭୁବନେଶ୍ୱରରେ ଗଡୁନି ‘ମୋ ବସ୍’ । ଭୁବନେଶ୍ୱର ଡିପୋରୁ ୧୨୮ ‘ମୋ ବସ୍’ ଗଡୁନଥିବା ଜଣାପଡିଛି ।

ଜଣାପଡିଛି ଯେ, ଦରମା ବୃଦ୍ଧିକୁ ନେଇ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନରେ ଅଛନ୍ତି । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି ବୋଲି କହିଛନ୍ତି ଡ୍ରାଇଭର । ତେବେ ଆଜିଠାରୁ ସବୁ ରୁଟରେ ଗଡିବାର ଥିଲା ‘ମୋ ବସ୍’ ।

Get real time updates directly on you device, subscribe now.