fbpx

ଆଜିଠୁ ପୁଣି ଗଡିବ ମୋ ବସ୍

Advertisement

ଭୁବନେଶ୍ୱର, ୪/୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବନ୍ଦ ରଖାଯାଇଥିଲା । କିନ୍ତୁ ଆଜିଠୁ ୮ଟି ରୁଟରେ ମୋ ବସ୍ ଗଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବ ।୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ବୋଲି ସୂଚନା ମିଳିଛି ।

ଏହାସହ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଅଗଷ୍ଟ ମାସର ୱିକେଣ୍ଡସରେ ମୋ ବସ୍ ସେବା ବନ୍ଦ ରହିବ ।

Get real time updates directly on you device, subscribe now.