fbpx

ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର, ହୋଲି ଲାଗି ଏହି ଏହି ସ୍ଥାନରେ ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର: ୨୦୨୩ ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ସେହି ତାରିଖର ପ୍ରଥମାର୍ଦ୍ଧରେ ରାଜଧାନୀ ଅଂଚଳ ଓ ରାଉରକେଲାରେ ମୋ’ ବସ୍ ସେବା ବନ୍ଦ ରହିବ । କ୍ରୁଟ୍ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍ କରାଯାଇଥିବା ସଂଶୋଧିତ ସାରଣୀ ଅନୁଯାୟୀ ଦିନର ଦ୍ୱିତୀୟାର୍ଦ୍ଧରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବ ।

ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଭୁବନେଶ୍ୱରରେ ଚଳାଚଳ କରୁଥିବା ମୋ’ ଇ-ରାଇଡ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ।ବୁଧବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍‌ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବା ବେଳେ ପରେ ସ୍ବାଭାବିକ ହେବା ନେଇ ସୂଚନା ମିଳିଛି। ତେଣୁ ଯେଉଁମାନେ ମୋବସ ରେ ଯାତାୟାତ କରିବା ଉପରେ ନିର୍ଭରଶିଳ ଦୟାକରି ଏହି ସାରଣୀ ଯାଞ୍ଚ କରିଦିଅନ୍ତୁ ।

Get real time updates directly on you device, subscribe now.