fbpx

ପ୍ରତି ପଞ୍ଚାୟତରେ ଚାଲିବ ‘ମୋ ବସ୍’, ସୂଚନା ଦେଲେ ପରିବହନ ସଚିବ

Advertisement

ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏବେ ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍ ସୁବିଧା ନଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁଯାୟୀ, ଳକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ପରିବହନ ସୁବିଧା ଯୋଗାଇ ଦିଆଯିବ । ପ୍ରଥମ ଫେଜରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ । ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ଜିଲ୍ଲାରେ ଚାଲିବ । ସେହି ୬ଟି ଜିଲ୍ଲାର ନାମ ହେଉଛି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ସରାକାରଙ୍କ ଏପରି ନିଷ୍ପତ୍ତି ପାଇଁ ଗ୍ରାମବାସୀ ଖୁସି ଅଛନ୍ତି । ଉପରୋକ୍ତ ୬ଟି ଜିଲ୍ଲାରେ ଲୋକମାନେ ଯାତାୟତ କରିବାରେ ଅନେକ ଆସୁବିଧା ଭୋଗ କରୁଥିଲେ । ତେଣୁ ସେମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି । ପ୍ରତି ପଞ୍ଚାୟତରେ ମୋ ବସ୍ ଚାଲିବା ନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.