ଫୋନ ପାଇଁ ଫାଟିଗଲା ଯୌନାଙ୍ଗ, ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସ୍ଥିର

କିଛିଦିନ ପୂର୍ବେ କିଣିଥିଲେ ଫୋନ୍ । ଏମିତି ଘଟିଲା ଏତେ ବଡ଼ ଅଘଟଣ ।

ଭୋପାଳ: ମଧ୍ୟପ୍ରଦେଶ ରାଜଗଢ ଜିଲ୍ଲାରେ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି । ବାଇକ ଚଲାଉଥିବା ସମୟରେ ହଠାତ୍ ଯୁବକଙ୍କ ପକେଟରେ ଥିବା ମୋବାଇଲଟି ଫାଟିଯାଇଥିଲା । ଯୁବକଙ୍କ ପ୍ରାଭିଭେଟ ପାର୍ଟରେ ଗଭୀର ଆଘାତ ଲାଗିବା କାରଣରୁ ଯୁବକ ଜଣକ ଏବେ ଗୁରୁତର ଅଛନ୍ତି ।

ସାରଙ୍ଗପୁରରେ ରହୁଥିବା ଅରବିନ୍ଦ ଗୁପଚୁପ ବିକ୍ରି କରନ୍ତି । ମଙ୍ଗଳବାର ଦିନ ହାଟରୁ ପରିବା କିଣି ଫେରୁଥିବାବେଳେ ହଠାତ୍ ପକେଟରେ ଥିବା ଫୋନ୍ ଫାଟିଯାଇଥିଲା । ଯାହାଫଳରେ ଯୁବକଙ୍କ ଅଣ୍ଡକୋଷ ଫାଟିଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ଅରବିନ୍ଦଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ଅରବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି । ଅରବିନ୍ଦଙ୍କ ଭାଇଙ୍କ କହିବା କଥା, ନିକଟରେ ସେ ଏକ ସେକେଣ୍ଡହାଣ୍ଡ ମୋବାଇଲ କିଣିଥିଲେ । ତାହାକୁ ହିଁ ବ୍ୟବହାର କରୁଥିଲେ । ହାଟରୁ ଫେରିବାବେଳେ ସେହି ଫୋନଟି ଫାଟିବା କାରଣରୁ ତାଙ୍କର ଏ ପରି ଅବସ୍ଥା ହୋଇଛି ।