fbpx

ବିଧାନସଭାରେ ମୋବାଇଲ ଫୋନ ଏବଂ ପାଣି ବୋତଲ ଉପରେ କଟକଣା

ଭୁବନେଶ୍ୱର: ବିଧାନସଭାରେ ମୋବାଇଲ ଫୋନ ଏବଂ ପାଣି ବୋତଲ ଉପରେ କଟକଣା ଲାଗିଛି। ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ।

ସୂଚନାନୁଯାୟୀ, ବିଧାନସଭା ଗୃହରେ ବିଧାୟକମାନେ ଫଟୋ ଉଠାଉଛନ୍ତି। ଏହି କାରଣ ପାଇଁ ବାଚସ୍ପତି ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏଥିସହ ବାଚସ୍ପତି କହିଛନ୍ତି ଯେ, ପିଇବା ପାଣିର ବ୍ୟବସ୍ଥା ବାହାରେ କରାଯିବା ସତ୍ତ୍ୱେ ବିଧାୟକମାନେ ଗୃହକୁ ପାଣି ବୋତଲ ନେଇ ଆସୁଛନ୍ତି।

ଉଲ୍ଲେଖନୀୟ, ଏହା ପୂର୍ବରୁ ଅନ୍ଧ୍ର ବିଧାନସଭା ବାଚସ୍ପତି ମୋବାଇଲ ପୋନ ଗୃହରେ ବ୍ୟାନ କରିଥିଲେ। ସଦସ୍ୟମାନେ ଗୃହ କାର୍ଯ୍ୟର ରେର୍କଡିଂ କରି ପୋଷ୍ଟ କରୁଥିଲେ, ଏଥିପାଇଁ ସେଠାରେ ମୋବାଇଲ ଫୋନ ଉପରେ କଟକଣା ଲଗାଯାଇଥିଲା। ସେହିପରି ୟୁପି ବାଚସ୍ପତି ମଧ୍ୟ ୨୦୨୩ରେ ଗୃହରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଥିଲେ।

Get real time updates directly on you device, subscribe now.